ଭୁବନେଶ୍ୱର – ସାମବାର ଦିନ ବିଜେପୁର ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଅନୁÂିତ ହେବ । ସକାଳ ସାତଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୫ଟା ଯାଏ ଚାଲିବ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭୋଟଦାନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରା ଯାଇଛି ।
ଉଲ୍ଲେଖନୀୟ ଯେ ବିଜେପୁର ନିର୍ବାଚନମଣ୍ଡଳୀରେ ମୋଟ ୨୮୫ଟି ବୁଥ୍ ରେ ଭୋଟ୍ ଗ୍ରହଣ ହେବ । ୨ଲକ୍ଷ ୩୨ହଜାର ୨୬୪ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୦ ହଜାର ୧୩୫ ଜଣ ପୁରୁଷ ଭୋଟର ଏବଂ ୧ ଲକ୍ଷ ୧୨ ହଜାର ୧୧୪ ଜଣ ମହିଳା ଭୋଟର ରହିଛନ୍ତି । ଜଣେ ମହିଳା ପ୍ରାର୍ଥୀ ଏବଂ ୪ ଜଣ ପୁରୁଷ ପ୍ରାର୍ଥୀ ମୋଟ୍ ୫ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେବ ।
ଭୋଟଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ୧୨୯ ଟି ବୁଥକୁ ସମ୍ବଦେନଶୀଳ ଚିହ୍ନଟ କରାଯାଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ମୋଟ ୧୮୯୫ଜଣ କର୍ମ·ରୀଙ୍କୁ ଭୋଟ ଗ୍ରହଣ କେନ୍ଦ୍ରରେ ନିୟୋଜିତ କରାଯାଇଛି । ନିର୍ବାଚନମଣ୍ଡଳୀରେ ୬ଟି ବୁଥ୍ ନrଲ ପ୍ରବଣ ଅଂଚଳରେ ହୋଇଥିବାବେଳେ ୧୪ଟି ବୁଥରେ ସିସିଟିଭି, ୧୬ଟି ବୁଥରେ ଭିଡିଓଗ୍ରାଫି ଓ ୨୮ଟି ବୁଥରେ ୱେବକାଷ୍ଟିଙ୍ଗ୍ କରାଯିବ ବ୍ୟବସ୍ଥା କରାଯିବାକୁ ନିଷ୍ପତି ହୋଇଛି । ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।
ଅପନ୍ୟପକ୍ଷରେ ରାଜ୍ୟ ସରକାର ବିଜେପୁର ଉପନିର୍ବାଚନ ପାଇଁ ୨୧ତାରିଖକୁ ସବୈତନିକ ଛୁଟି ଘୋଷଣା କରିଛନ୍ତି ।