
ଗଞ୍ଜାମ, ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ମୋଟ୍ ୩୮୦ ଲିଟର ଦେଶି ମଦ ଜବତ କରାଯାଇଛି । ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖୋଡ଼ାସିଙ୍ଗିର ଦୁଃଖୀଶ୍ୟାମ ଗୌଡ, ପିଂଟୁ ଦାଶ, ଆଙ୍କୋଲିର ରମେଶ ଦାଶ, ବଡ଼ଖେମମୁଣ୍ଡି ସାହିର ଗୁଡିଆ ଦାଶ ଓ ଲାଞ୍ଜିପଲ୍ଲୀରୁ ନମିତା ନାୟକ । ଏହି ମଦ ଚାଲାଣରେ ବ୍ୟବହୃତ ଏକ ବାଇକ୍ ମଧ୍ୟ ଜବତ ହୋଇଛି ।