ପ୍ରତ୍ୟେକ ରଥର ୨ଗୋଟି ଅନୁକୂଳ ମୁଖ୍ୟ ‘ ନାହାକା’ ଚକ ଶେଷ ହୋଇ ପଇ ଗୁଡିକରେ ଶୁନ୍ଦର ଦିଶିବାପାଇଁ ଅଢେ଼ଇ ଇଂଚ ର ଚକ୍ରାକାର ବଳୟ ବା ପଇତା କାମ ବାରିସୀ ରେ ଚଂଛା ଯାଇ ଫିନିସିଙ୍ଗ ଚାଲିଛି,କାର୍ଯ୍ୟ ଶେଷ ପର୍ଯ୍ୟାୟରେ ।
ତିନିରଥ ପାଇଁ , ଆଉ ଦୁଇଟି ଲେଖାଁଏ ‘ପଡି ନାହାକା’ଚକ
(ମୁଖ୍ୟ ନାହାକା ଚକ ପାଖ) ନିର୍ମାଣ କାର୍ଯ୍ୟ ତିନି ଚାଳିରେ ଆଗେଇ ଚାଲିଛି, କାର୍ଯ୍ୟ ଶେଷ ପର୍ଯ୍ୟାୟରେ,ଏଥିସହ ପ୍ରତ୍ୟେକ ରଥର ଆଉ ଦୁଇଟି ଲେଖାଁଏ ‘ଉଛୁଳା’ ଚକ, (ପଡି ନାହାକା ଚକ ପାଖ) କାର୍ଯ୍ୟ ତୋରାନିତ୍ୱ ହୋଇ ତୁମ୍ଵରେ ପଇ ସଂଯୋଗ ହୋଇ ଯନ୍ତାଗାଡ଼ ରେ ସିଙ୍ଗଡ଼ା ଵାଡ଼ିଆ ସରି ପଇ ସାଲ କାମ ଚାଲିଛି |ତୁମ୍ଵରେ ଅଖ ବିନ୍ଧ କାର୍ଯ୍ୟ ହେବ, ଏଥି ସହ ରଥ ଖଳାରେ ତିନି ରଥପାଇଁ ଦୁଇଟି ଲେଖାଁଏ ଅଖ କାଠ ଅଖ ନିର୍ମାଣ ପାଇଁ ଯୋଗାଇଦିଆ ଯାଇଛି ।ତାଳଧ୍ଵଜ ରଥର ମୁଖ୍ୟ ନାହାକା ଚକ ଦୁଇଟି ଶେଷ ହୋଇ, ଆଜି ଦୁଇଟି ପଡି ନାହାକା ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ଦୁଇ ଚକରେ ପଇ ପିନ୍ଧା କାର୍ଯ୍ୟ ସରି ,ତୁମ୍ଵରେ ପଂଦାରୀ ଏବଂ ବଳା ଫିଟିଙ୍ଗ ସରି , ପଇ ପଇ ଖାପ୍ରରେ ପଡିବାପାଇଁ ଅରରେ ସଂଯୁକ୍ତ ପଇ ବିନ୍ଧ ରେ ବିଲେଉ ଵାଡ଼ିଆ କାର୍ଯ୍ୟ ପରେ ଆଉ ଦୁଇଟ ଚକଆଜି ସମ୍ପୂର୍ଣ ହେବ| ଏଥି ସହିତ ଆଜି ଆଉ ଦୁଇଟି ଉଛଳା ଚକ ନିର୍ମାଣ କାର୍ଯ୍ୟ ଆରମ୍ଭହୋଇ ତୁମ୍ଵରେ ଅର ସଂଯୋଗ ହୋଇ ଯନ୍ତାଗାଡରେ ସିଙ୍ଗଡ଼ା ଵାଡ଼ିଆ ସରି ତୁମ୍ଵରେ ଅଖ ବିନ୍ଧକାମ ହେବାକୁ ବାକି ଅଛି| ଏଥି ସହ ଚାରୋଟି ପଇରେ ବିନ୍ଧକାମ ଜାରୀ ରହିଛି । ୪ଟି ସାଲଗୁଜ ଚଉପଟ ସରି ସାଲ କାର୍ଯ୍ୟ ଵାକି ଅଛି |ପୂର୍ବରୁ ଯୋଗାଇ ଦିଆ ଯାଇଥିବା ଗୁଜରେ ରୂପକାର ସେବକ ରୂପ ଖୋଦେଇ ଜାରୀ ରଖିଛନ୍ତି ।
ଦେବଦଳନ ରଥର ଅନୁକୂଳ ଦୁଇଟି ମୁଖ୍ୟ ନାହାକା ଚକ ସମ୍ପୂର୍ଣ୍ଣ ହୋଇ, ପଇରେ ପଇତା ପିନ୍ଧା କାର୍ଯ୍ୟ ଶେଷହୋଇଛି । ଆଜି ଆଉ ଦୁଇଟି ପଡି ନାହାକା ଚକ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ଅରରେ ପଇ ସଂଯୋଗ ସରିଛି,ତୁମ୍ଵରେ ପଂଦାରୀ ଏବଂ ବଳା ଫିଟିଙ୍ଗ ସରି ସିଙ୍ଗଡ଼ା ଵାଡ଼ିଆ କାମ ଜାରୀରହିଛି |ଏଥିସହ ଆଉ ଦୁଇଟି ଉଛଳା ଚକ ପାଇଁ ତୁମ୍ଵରେ ଅର ସଂଯୋଗ, ସିଙ୍ଗଡ଼ା ଵାଡ଼ିଆ, ସରିଛି |ତୁମ୍ଵରେ ଅଖ ବିନ୍ଧ କାମପରେ ପଂଦାରୀ, ବଳା ଲାଗି ହେବାପରେ ପଇ ପିନ୍ଧା କାମ ଶେଷ ହେଲେ ଦେବଦଳନ ରଥ ୬ ଗୋଟି ଚକା ସମ୍ପୂର୍ଣ ହେବ । ଏଥି ସହ ଦେବଦଳନ ରଥର ୮ଟି କୁଦୁକା,୪ଟି ତିଖ ଗୁଜ, ୧୧ ଟି ସାଲ ଗୁଜ ଏବଂ ୯ଟି ଜଳ ଯନ୍ତ୍ର ଚଉପଟ କାମ ଶେଷ ହୋଇ ରୂପ ଖୋଦେଇ ପାଇଁ ରୂପକାର ସେବକଙ୍କୁ ଯୋଗାଇ ଦିଆଯାଇ ଅଛି।ନନ୍ଦିଘୋଷ ରଥର ଅନୁକୂଳ ମୁଖ୍ୟ ନାହାକା ଚକ ଦୋୟର ପଇତା ପିନ୍ଧା ପରେ ସମ୍ପୂର୍ଣ ହୋଇ, ଆଜି ଦୁଇଟି ପଡିନାହାକା ଚକ ଶେଷ ପର୍ଯ୍ୟାୟରେ ପହଂଚି,ଦୁଇଟି ଉଛଳା ଚକର ୭୦ ଭାଗ କାମ ଶେଷ ହୋଇଛି| ଏଥି ସହ ଆଉ ୪ ଟି ପଇ ର ବିନ୍ଧକାମ ଜାରୀ ରହିବା ସହ ୧୬ ଟି ଅର ସାଲ ହୋଇ ପ୍ରସ୍ତୁତ ସରିଅଛି | ଏଥି ସହ ୬ ଟି କୁଡୁକା ଚଉପଟ ପରେ ସାଲ ପାଇଁ ଦାଗ ପଡିଛି | ଏକଟି ତିଖ ଗୁଜ ଏବଂ ୫ଟି ସାଲ ଗୁଜ ଚଉପଟ ପରେ ସାଲକାମ ବାକି ରହିଛି ।
କମାର ଶାଳରେ ତିନି ରଥ ର ଅନୁକୂଳ ମୁଖ୍ୟ ନାହାକା ଚକ ପାଇଁ ୪ ହଳ ଲେଖାଁଏ ପଂଦାରୀ,ଏବଂ ବଳା ଓଝା ସେବକ ମାନେ ଯୋଗାଇଥିଲେ | ଆଜି ଆଉ ପ୍ରତ୍ୟେକ ରଥ ର ପଡିନାହାକା ଚକ ପାଇଁ ୨ ହଳ ଲେଖାଁଏ ପଂଦାରୀ ଏବଂ ବଳାତିନି ମୁଖ୍ୟ ମହାରଣା ମାନଙ୍କୁ ଯୋଗାଇ ଛନ୍ତି ।
ରଥ ନିର୍ମାଣ କାର୍ଯ୍ୟରେ ମୋଟ ରଥ ନିର୍ମାଣ କାରୀଙ୍କ ଉପସ୍ଥାନ-୧୭୧ ସେମାନଙ୍କ ମଧ୍ୟରୁ
ତିନି ରଥର ମୋଟ ମହାରଣା-୬୫,ତିନି ରଥର ଭୋଇ ସେବକ -୬୪,ତିନି ରଥ ପାଇଁ କରତି ସେବକ- ୪,ପାହି ମହାରଣା-୧,
ତିନି ରଥର କମାର ସେବକ-୧୬,ତୁମ୍ବ ବିନ୍ଧ କାରୀଗର- ୨,
ତିନି ରଥର ରୂପକାର ସେବକ-୧୮,ରଥ ଖଳା ସହାୟକ-୧ |