

Related Stories
April 21, 2025
ବେଲଗୁଣ୍ଠା, କରୋନା କଟକଣା ଯୋଗୁଁ ବହୁ ସାମାଜିକ କାର୍ଯ୍ୟ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ହେଉଥିବା ରକ୍ତଦାନ ଶିବିର ମଧ୍ୟ ବନ୍ଦ ରହିଛି।ଯାହା ଫଳରେ ଚଳିତ କରୋନା ମହାମାରୀ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖା ଦେଇଛି।ବହୁ ରୋଗୀ ରକ୍ତ ନପାଇ ବହୁ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି।ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ମହିଳା ଶକ୍ତି, ବେଲଗୁଣ୍ଠା ପୋଲିସ ଓ ପ୍ରେସ କ୍ଲବର ମିଳିତ ଆନୁକୂଲ୍ୟରେ ରବିବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।ଏଥିରେ ମୋଟ ୫୬ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଯାହାକି ଅତ୍ୟାବଶ୍ୟକ ସମୟରେ ରୋଗୀଙ୍କ ପାଇଁ ସହାୟକ ହୋଇପାରିବ।କୋଭିଡ଼ ନିୟମ ପାଳନ କରିବା ସହ ସମସ୍ତ ରକ୍ତଦାତାଙ୍କ ଥର୍ମାଲ ସ୍କ୍ରିନିଂ,ମାସ୍କ ପରିଧାନ ଓ ସାମାଜିକ ଦୂରତା କୁ ଗୁରୁତ୍ୱ ଦିଆଯାଇଥିଲା।ଏହି ଶିବିରରେ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା,ଗଞ୍ଜାମ ଜିଲ୍ଲା ମହିଳା ଶକ୍ତି ଅଧ୍ୟକ୍ଷ ରାମକୃଷ୍ଣ ପଟ୍ଟନାୟକ, କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ବେଲଗୁଣ୍ଠା ଥାନା ସବ ଇନିସ୍ପେକ୍ଟର ଚନ୍ଦନ ବେହେରା ପ୍ରଥମେ ରକ୍ତଦାନ କରିଥିଲେ। ପରବର୍ତ୍ତୀ ସମୟରେ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଭଞ୍ଜନଗର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର,ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଡାକ୍ତର ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ପୂର୍ବତନ ଏନଏସି ଉପ ନଗରପାଳ ପ୍ରଶାନ୍ତ କୁମାର ସାହୁ, ସମାଜସେବୀ ଭି. ଦେବୀ ପ୍ରସାଦ ପାତ୍ର ଆସି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଆଗାମୀ ଦିନରେ ମଧ୍ୟ ମହିଳା ଶକ୍ତି ସଙ୍ଗଠନ ବିଭିନ୍ନ ଜନ ହିତକର କାର୍ଯ୍ୟର ଆୟୋଜନ କରି ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବ ବୋଲି ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି।ଏଥିରେ ଭଞ୍ଜନଗର ମହିଳା ଶକ୍ତି ଅଧ୍ୟକ୍ଷ ଜୟକୃଷ୍ଣ ପଟ୍ଟନାୟକ, ବେଲଗୁଣ୍ଠା ଅଧ୍ୟକ୍ଷ ବିଭୁପାଦ ଜେନା ଓ ଅନ୍ୟାନ୍ୟ କର୍ମକର୍ତ୍ତା, ସମସ୍ତ ଗଣ ମାଧ୍ୟମ ପ୍ରତିନିଧି, ପୋଲିସ କର୍ମଚାରୀ ଓ ଭଞ୍ଜନଗର ରକ୍ତ ଭଣ୍ଡାରର କର୍ମଚାରୀ ମାନେ ସହଯୋଗ କରିଥିଲେ।ଶେଷରେ ବେଲଗୁଣ୍ଠା ନୂତନ ଥାନା ପରିସରରେ ଅତିଥିମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା। ରିପୋର୍ଟ-ଶିବରାମ ଚୌଧୁରୀ