

ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୧,୬୪୦ କରୋନାର ନୂଆ ମାମଲା, ୬୮ ମୃତ
ଭୋପାଳ , ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୧,୬୪୦ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୬୮ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୦,୮୯୯ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୭,୯୫୯ ଜଣଙ୍କର ମୃତ୍ୟୁ ଘଟିଛି ।
ପୁଡୁଚେରୀରେ କରୋନାର ୧,୭୧୮ ନୂଆ ମାମଲା
ପୁଡୁଚେରୀ , ପୁଡୁଚରେୀରେ ଗତ ୨୪ ଘଂଟାରେ ୧,୭୧୮ ଜଣ ନୂଆ କରୋନା ମାମଲା ସାମନାକୁ ଆସିଛି । ପୁଡୁଚେରୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୩,୧୫୩ ହୋଇ ଯାଇଛି । ପ୍ରଶାସନ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ଆସାମରେ ୫,୬୧୩ କରୋନାର ନୂଆ ମାମଲା
ଦିସପୁର, ଆସାମରେ ଗତ ୨୪ ଘଂଟାରେ କରୋନାର ୫,୬୧୩ ଟି ନୂଆ ମାମଲା ସାମନାକୁ ଆସିଛି । ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୫୪,୯୪୮ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।