-
ନୂଆଦିଲ୍ଲୀ, କ୍ରମାଗତ ୧୬ ଦିନରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିିକ ନୂଆ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି
ନୂଆଦିଲ୍ଲୀ, ଭାରତରେ ମୋଟ ସକ୍ରିୟ କରୋନା ମାମଲା ଆଜି ୨୨,୨୮,୭୨୪କୁ ହ୍ରାସ ପାଇଛି । ୨୦୨୧ ମେ ୧୦ ତାରିଖରେ ସକ୍ରିୟ ମାମଲା ଶୀର୍ଷରେ ରହିବା ସହ କ୍ରମେ ହ୍ରାସ ପାଇ ଚାଲିଛି ।ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୧,୧୪,୪୨୮ ମାମଲା ହ୍ରାସ ପାଇଛି । ଦେଶର ମୋଟ ପଜିଟିଭ୍ ମାମଲାର ୮.୦୪% ମାମଲା ଅଛି ସକ୍ରିୟ ମାମଲା ।ଦୈନିକ ନୂଆ ସଂକ୍ରମଣ ମାମଲା ନିମ୍ନମୁଖୀ ଥିବା ବେଳେ କ୍ରମାଗତ ୧୩ ଦିନ ପାଇଁ ଦୈନିକ ସଂକ୍ରମଣ ୩ ଲକ୍ଷ ତଳକୁ ରହିଛି । ଗତ ଦୁଇ ଦିନ ହେଲା ଦୈନିକ ନୂଆ ସଂକ୍ରମଣ ୨ ଲକ୍ଷରୁ ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୭୩,୭୯୦ ନୂଆ ମାମଲା ଚିହ୍ନଟ ହୋଇଛି ।