
-
କୋଭିଡ୍ରେ ନିଜ ମାତାପିତାଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
-
ଶିଶୁଙ୍କ ସୁରକ୍ଷା ତଥା ବିକାଶ ପାଇଁ ଭାରତ ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ସ୍ୱାଗତଯୋଗ୍ୟ

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଭବିଷ୍ୟତକୁ ସହାଯ୍ୟ କରିବା ପାଇଁ ଭାରତ ସରକାର ସବୁପ୍ରକାର ପଦକ୍ଷେପ ନେଉଛନ୍ତି । ଭାରତର କୋଭିଡ୍-୧୯ ବିରୋଧୀ ମୁକାବଲାରେ ପିଏମ କେୟାର୍ସ ଫଣ୍ଡ୍ ସହାୟକ ହୋଇଥିବା ବେଳେ ଦେଶରେ ଶିଶୁଙ୍କ ସୁରକ୍ଷା ତଥା ବିକାଶ ପାଇଁ ଭାରତ ସରକାରଙ୍କ ସମୟୋପଯୋଗୀ ପଦକ୍ଷେପକୁ ଶ୍ରୀ ପ୍ରଧାନ ସ୍ୱାଗତ କରିଛନ୍ତି ।
ସୂଚନାଯୋଗ୍ୟ, କୋଭିଡ-୧୯ କାରଣରୁ ନିଜର ମାତାପିତାଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ସହାୟତା ଦେବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । କୋଭିଡ ୧୯ କାରଣରୁ ନିଜ ମାତାପିତା ସେମାନଙ୍କ ଯତ୍ନ ନେଉଥିବା ଅଭିଭାବକ ଙ୍କୁ ହରାଇଥିବା ଶିଶୁମାନଙ୍କୁ ‘ଶିଶୁଙ୍କ ଲାଗି ପିଏମ କେୟାର୍ସ’ ଯୋଜନାରେ ଆର୍ôଥକ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବା ନେଇ ନିଷ୍ପତି ନିଆଯାଇଛି ।