
ମାଲକାନଗିରି, ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ଜଣେ ଗର୍ଭବତୀ ମହିଳାଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଛନ୍ତି ମାଲକାନଗିରି ଡେଲି ମାର୍କେଟ ଅଞ୍ଚଳର ଅଶୋକ କୁମାର!ଠିକ ସମୟରେ ରକ୍ତଦାନ କରି ଜୀବନ ବଞ୍ଚାଇଥିବାରୁ ମହିଳା ଙ୍କ ପରିବାର ଲୋକ କୃତଜ୍ଞତା ଜଣାଇଛନ୍ତି!ପ୍ରକାଶ ଥାଉକି ମହିଳା ଙ୍କୁ ଯଦି ତୁରନ୍ତ ବି ପଜେଟୀଭ ରକ୍ତ ନଦିଆଗଲେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିବେ ବୋଲି ଡାକ୍ତର କହିବାପରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ରକ୍ତ ଯୋଗାଡ଼ କରିପାରିନଥିଲେ!ଏହା ଜାଣିବା ପରେ ମାଲକାନଗିରି ଯୁବ ରେଡ଼କ୍ରସ ର ଆବାହକ ଅଧ୍ୟାପକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଜୟ ମାଲକାନଗିରି ର ରବି ରାଜେଶ କୁ ଯୋଗାଯୋଗ କରିବାରୁ ସେ ଏହି ରକ୍ତ ଗୃପ ଥିବା ଅଶୋକ ଙ୍କୁ ରକ୍ତ ଦେବା ପାଇଁ ଯୋଗାଡ଼ କରିଥିଲେ!