
ମାଲକାନଗିରି, ମାଲକାନଗିରି ଜିଲ୍ଲା ପଡିଆ ଆଞ୍ଚଳିକ ମହାବିଦ୍ୟାଳୟ ର ପିଅନ ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ କରୋନାରେ ଆକ୍ରାନ୍ତ ହୋଇ କଟକ ମେଡିକାଲ ରେ ଚିକିତ୍ସା ଧିନ ଥିବାବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା!ମୃତ୍ୟୁ ବେଳକୁ ତାଙ୍କୁ ୫ ୧ ବର୍ଷ ହୋଇଥିଲା!ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ପଡିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା!ଆଜି ମାଲକାନଗିରି ମହିଳା ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ପିଅନ ଶ୍ରୀ ସାମନ୍ତରାୟ ଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା!ଏହି ଶୋକସଭାରେ ଅଧ୍ୟାପକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ, ଅମୂଲ୍ୟ ରତ୍ନା, ଶ୍ରୀକାନ୍ତ ସାମଲ, କୃଷ୍ଣଚନ୍ଦ୍ର ସେଠି, ଭରତ ଚନ୍ଦ୍ର ପଣ୍ଡା, ଜଗନ୍ନାଥ ସାହୁ, ପ୍ରଶାନ୍ତ କୁମାର ଶତପଥୀ, ସୁରେନ୍ଦ୍ର ପାତ୍ର ଙ୍କ ସମତେ ଜିଲ୍ଳାର ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟକ୍ଷ, ଅଧ୍ୟାପକ ଙ୍କ ସହ କର୍ମଚାରୀ ମାନେ ଉପସ୍ଥିତ ରହି ତାଙ୍କ ଅମର ଆତ୍ମା ର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ!ଏହି ଅବସରରେ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଥିଲେ!