କନ୍ଧମାଳ – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟର ମୁଖ୍ୟ ସ୍ୱାସ୍ଥ୍ୟ୍ଥ କେନ୍ଦ୍ରରେ ରବିବାର ସ୍ୱାସ୍ଥ୍ୟ ବିଭାଗର କେନ୍ଦ୍ରିୟ ଟିମ୍ ର ୪ ଜଣିଆ ସଦସ୍ୟ ମାନେ ପହଂଚି ପରିଦର୍ଶନ କରିଥିଲେ । ପ୍ରାଥମିକ ସ୍ୱାସ୍ଥ୍ୟ୍ଥ କେନ୍ଦ୍ରରେ ପରେ ନିର୍ମଳ ଯୋଜନାର କର୍ମଚାରୀ ମାନଙ୍କୁ ତାଙ୍କର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ପରେ ଫିରିଙ୍ଗିଆ ଡାକ୍ତର ଖାନାର ଭାରପ୍ରାପ୍ତ ଡାକ୍ତର ଜେ.ସାଇ ରଜତ.ରଶ୍ମି ଏବଂ ମେଡିକାଲ୍ କର୍ମଚାରୀ ମାନଙ୍କ ସହ ମିଶି ଅଫିସ୍ ,ବହିର୍ବିଭାଗ,ଓ.ପି.ଡି. ନିରାମୟ ଲାବୋରଟାରି,ପ୍ରସୁତି ବିଭାଗ, ସେବିକା ପ୍ରକୋÂ,କୋଲ୍ଡ ଚେନ୍ ଗୃହ,ଅସ୍ତ୍ରପ୍ରଚାର ଗୃହ ଓ ରୋଗୀ ମାନଙ୍କର ଶଯ୍ୟା ଗୁଡିକ ପରିଦର୍ଶନ କରିବା ସହ ରୋଗୀ ମାନଙ୍କୁ ଡାକ୍ତର ଖାନାରେ ସେବା ଓ ବିଭିନ୍ନ ଔଷଧ ଠିକ୍ ଭାବରେ ଦିଆ ଯାଉଛି ନା ନାହିଁ ପଚାରି ବୁଝିଥିଲେ ।
Related Stories
November 23, 2024