

Related Stories
August 24, 2025
ମାଲକାନଗିରି, ମାଓବାଦୀ ଙ୍କ ଦଣ୍ଡକାରଣ୍ୟ ସିପିଆଇ ସଂଗଠନ ପକ୍ଷରୁ ଆସନ୍ତା ଜୁନ ୫ ତାରିଖରେ ବନ୍ଦ ଡାକରା ଦିଆଯାଇଛି!ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଛତିଶଗଡ ରାଜ୍ୟ ମାଓ ସଂଗଠନ ପକ୍ଷରୁ ମାଓ ନେତା ବିକଳ୍ପ ପ୍ରେସ ବିଜ୍ଞପ୍ତିରେ ଲେଖିଛନ୍ତି, ଯେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଦିବାସୀ ଅଞ୍ଚଳରେ କେନ୍ଦ୍ରୀୟ ଯବାନ ମୃତୟନ କରି ନୂତନ ଶିବିର ପ୍ରତିଷ୍ଠା କରି ଆଦିବାସୀଙ୍କୁ ନିର୍ଯାତନା ଦେବା ସହ ଜଳ, ଜମି ଓ ଜଙ୍ଘଲ ହକକୁ ଛଡାଇବା ପାଇଁ ଉଦ୍ୟମ କରୁଥିବାରୁ ପ୍ରଜା ବିରୋଧୀ ଆନ୍ଦୋଳନ କରି ନିଜର ହକ ପାଇଁ ଲଢେଇ କରୁଥିବା ଜନତା ଙ୍କ ପକ୍ଷରୁ ଏହି ବନ୍ଦ ଆହ୍ୱାନ ଦିଆଯାଇଛି!କେନ୍ଦ୍ର ବ୍ରାହ୍ମଣ, ହିନ୍ଦୁତ୍ୱ, ଫାସିବାଦ, ଭାଜପା ସରକାର ଏବଂ ରାଜ୍ୟ ଜନବିରୋଧୀ କଂଗ୍ରେସ ମୁଖ୍ୟମନ୍ତ୍ରୀ ଙ୍କ ସରକାର ଯେଉଁ ଜନବିରୋଧୀ ଓ ଦେଶଦ୍ରୋହୀ ଙ୍କ ବିରୋଧରେ ଆନ୍ଦୋଳନ ତୀବ୍ରତର କରିବାକୁ ଆହ୍ୱାନ ଦିଆଯାଇଥିବାବେଳେ ଏନକାଉଣ୍ଟର ନାମରେ ନିରୀହ ଙ୍କୁ ହତ୍ୟା, ମାଓବାଦୀ ସମର୍ଥନ କରୁଥିବା ନାମରେ ନିରୀହ ଆଦିବାସୀ ଙ୍କୁ ନିର୍ଯ୍ୟାତନା ବିରୋଧରେ ଆନ୍ଦୋଳନ ହେଉଥିବାରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଦର୍ଶାଯାଇଛି!