ଶ୍ରୀଗୁଣ୍ଡିଚା ଭକ୍ତ ନିବାସର କର୍ମଚାରୀ ମାନେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ର ମୁଖ୍ୟ ପ୍ରଶାସକଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରି ଜଣାଇଛନ୍ତି ଯେ ଶ୍ରୀମନ୍ଦିର ପ୍ରଶାସନର ଅଧୀନରେ ଥିବା ଅନ୍ୟ ୨ ଭକ୍ତ ନିବାସ ଯଥା ନୀଳାଞ୍ଚଳ ଭକ୍ତ ନିବାସ ଓ ନୀଳାଦ୍ରି ଭକ୍ତ ନିବାସର କର୍ମଚାରୀ ମାନେ ପାଉଥିବା ସୁବିଧାରୁ ବଞ୍ଚିତ ହେଉଛନ୍ତି |ସେ ୨ଟି ଭକ୍ତ ନିବାସର କର୍ମଚାରୀ ମାନେ ତିରିଶ ଦିନର ଦରମା ପାଉଥିବା ବେଳେ ଶ୍ରୀଗୁଣ୍ଡିଚା ଭକ୍ତ ନିବାସର କର୍ମଚାରୀ ମାନେ ୨୬ ଦିନର ଦରମା ପାଉଛନ୍ତି |ନୀଳାଞ୍ଚଳ ଓ ନୀଳାଦ୍ରି ଭକ୍ତ ନିବାସରେ ୫ ଟି ଲେଖାଏଁ receptionist ପଦବୀରେ ନିୟୋଜିତ କର୍ମଚାରୀ ମାନେ କୁଶଳୀ (skilled )କର୍ମଚାରୀ ଆକାରରେ ୩୭0 /-ହିସାବରେ ଦରମା ପାଉଛନ୍ତି କିନ୍ତୁ ଶ୍ରୀଗୁଣ୍ଡିଚା ଭକ୍ତ ନିବାସରେ receptionist ପଦବୀ ନ ଥିବାରୁ reception ରେ କାମକରୁଥିବା ୫ ଜଣ ଅଣକୁଶଳୀ (unskilled)କର୍ମଚାରୀ ଆକାରରେ ୨୮0/-ହିସାବରେ ଦରମା ପାଉଛନ୍ତି |
କିନ୍ତୁ ଯେତିକି ଵି ଦରମା ମିଳେ ତାହା ଠିକ ସମୟରେ ମିଳେନାହିଁ |କେବେ ଦରମା ୧0 ପରିବର୍ତ୍ତେ ୨୫ ତ କେବେ ୩0 ତାରିଖରେ ମିଳେ ତ କେବେ ୨ ମାସର ଦରମା ମିଳେ |ସମସ୍ତ ସମସ୍ୟା ର ତୁରନ୍ତ ସମାଧାନ କରିବା ଦାବି କରି ଶ୍ରୀଗୁଣ୍ଡିଚା ଭକ୍ତନିବାସ ର ସମସ୍ତ କର୍ମଚାରୀ ଅରୁଣ ଭୋଇ, ଦୁର୍ଗା ପ୍ରସାଦ ମହାପାତ୍ର, ବିଭୁତି ଭୂଷଣ ରଥ, କୁନା ସ୍ୱାଇଁ, ମାନସ କୁମାର ବାରିକ, ସୁନୀଲ ଭୋଇ, ରାମ ଚନ୍ଦ୍ର ମହାପାତ୍ର, ରାମ ନାୟକ, ନମିତା ପ୍ରଧାନ,ନୀଳାଞ୍ଚଳ ସାମଲ, ଦିଲ୍ଲୀପ କୁମାର ମିଶ୍ର, ଈଶ୍ବର ବେହେରା, ପ୍ରଶାନ୍ତ କୁମାର ପଣ୍ଡା, ପ୍ରଭାକର ବେହେରା, ରଶ୍ମି ରଞ୍ଜନ ପଣ୍ଡା, ସୋମନାଥ ନାୟକ, ସନ୍ତୋଷ କୁମାର, କୃଷ୍ଣ ମିଶ୍ର, ସୁଜିତ କୁମାର ନାୟକ, ଚକ୍ରଧର ମହାରଣା, ଦିବାକର ମହାରଣା ପ୍ରମୁଖ ଉପସ୍ଥିତ ରହି ଦାବୀ ପତ୍ର ପ୍ରଦାନ କରିଥିଲେ |