
ପୁରୀ, ଶ୍ରୀମନ୍ଦିର ଗର୍ଭଗୃହସ୍ଥ ରତ୍ନସିଂହାସନ ଉପରେ ଚତୁର୍ଦ୍ଧାମୂର୍ତିଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି । ପଶ୍ଚିମବଙ୍ଗ ରାଜ୍ୟର ଜଣେ ପର୍ଯ୍ୟଟକ ଏହି ଫଟୋକୁ ନିଜ ଫେସବୁକ୍ ଆକାଉଂଟରେ ପୋଷ୍ଟ କରିଥିବା ଏବଂ ପରବର୍ତି ସମୟରେ ଏହି ଫଟୋ ଭାଇରାଲ୍ ହୋଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଏହି ଘଟଣା ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟିକୁ ଆସିବା ପରେ ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି । ଏଥି ସହିତ ଏହି ଫଟୋ କିପରି ଭାଇରାଲ୍ ହୋଇଛି, ସେ ସମ୍ପର୍କରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ାଯାଇଛି ।ଏଠାରେ ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଭିତର ଫଟୋ ବାରମ୍ବାର ଭାଇରାଲ୍ ହେଉଥିବାରୁ ଏହା ଅଗଣିତ ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମନକୁ ଆଘାତ ଦେଇଛି ।