
ଭଦ୍ରକ, ଭଦ୍ରକ ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ନୂଆ ୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୯୦୯ କୁ ବୃଦ୍ଧି ପାଇଛି ।ଏ ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ୍ ୩ ଲକ୍ଷ ୯୦ ହଜାର ୯୪୭ ଜଣଙ୍କ ନମୂନା ପରୀକ୍ଷା ହେବା ପରେ ମୋଟ ୧୫, ୮୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଦ୍ୟାବଧି ମୋଟ୍ ସୁସ୍ଥ ସଂଖ୍ୟା ୧୨ , ୯୫୧ ରହିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩୬ ଏବଂ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩ ରହିଛି । ଗତକାଲି ସୁଦ୍ଧା ଅନ୍ୟ ଜିଲ୍ଲାର ୫ ଜଣ ଭଦ୍ରକ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରେ ୨୭ ଜଣ ଜିଲ୍ଲା ବାହାରର ବିଭିନ୍ନ ହସ୍ପିଟାଲରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।