

ମାଲକାନଗିରି, ମାଲକାନଗିରି ଜିଲ୍ଲା ପଡିଆ ପୋଲିସ ଥାନା ରେ ନୂତନ ଥାନା ଅଧିକାରୀ ଭାବେ ପ୍ରଶାନ୍ତ କୁମାର ନିଶୀକା ଦାୟିତ୍ଵ ଗ୍ରହଣ କରିଛନ୍ତି । ପୂର୍ବରୁ ଶ୍ରୀ ନିଶିକା କୋରାପୁଟ ଜିଲ୍ଲାର ରାମଗିରି ଫାଣ୍ଡିରେ ରହି ଜଣେ ଦକ୍ଷ ଅଫିସର ଭାବେ କାମ କରୁଥିଲେ।ଶନିବାର ସେ ପଡିଆ ଥାନା ରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି । ପୂର୍ବରୁ ପଡିଆ ଥାନା ରେ ଆଇ.ଆଇ.ସି. ଭାବରେ କାର୍ଯ୍ୟ କରୁଥିବା ରଞ୍ଜନ କୁମାର ମାଝୀ ଙ୍କୁ ମାଲକାନଗିରି ଥାନାକୁ ବଦଳି କରାଯାଇଛି । ସୀମାନ୍ତ ଥାନା ଭାବେ ପରିଚିତ ପଡିଆ ଥାନା କ୍ଷେତ୍ର ର ବିଭିନ୍ନ ଅଞ୍ଚଳ ଅତ୍ୟନ୍ତ ଦୁର୍ଗମ ହୋଇଥିବାରୁ ଲୋକଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ନୂତନ ଥାନା ଅଧିକାରୀ କହିଛନ୍ତି। ପଡିଆ ରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଠିକ୍ ଭାବରେ ରଖିବା, ଆଇନକୁ ସମ୍ମାନ ଦେଇ କାର୍ଯ୍ୟ କରିବା, ଥାନାକୁ ଆସୁଥିବା କିମ୍ବା ଥାନାର ସାହାଯ୍ୟ ଲଢୁଥିବା ଲୋକମାନଙ୍କୁ ସୁରକ୍ଷା ସହ ନ୍ୟାୟ ଦେବା ମୋର ପ୍ରଥମ କର୍ତ୍ତବ୍ୟ ହେବା ବୋଲି ନୂତନ ଥାନା ଅଧିକାରୀ ଶ୍ରୀ ନିଶିକା କହିଛନ୍ତି।ପ୍ରକାଶ ଥାଉକି ଏଥି ପୂର୍ବରୁ ଶ୍ର ନିଶିକା ମାଲକାନଗିରି ଜିଲ୍ଲାର ମୋଟୁ,ଓ ଏମଭି ୭ ୯ ଥାନାରେ ଥିଲେ!