Related Stories
November 25, 2024
ମାଲକାନଗିରି, ଗତ ରବିବାର ଅପରାହ୍ଣ ରେ ଆସିଥିବା କାଳ ବୈଶାଖୀ ରେ ପଡିଆ ବ୍ଳକ ର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ମାତ୍ର କେଇ ଘଣ୍ଟା ପାଇଁ ଆସିଥିବା ଏହି କାଳ ବୈଶାଖୀର ତାଣ୍ଡବରେ ପଡିଆ ବ୍ଲକର ପ୍ରାୟ ୫୦ ରୁ ଊର୍ଦ୍ଧ୍ଵ ବାସଗୃହ ଓ ଦୋକାନ ଗୃହ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ପଡିଆ ଏକ ପ୍ରକାର ଉଜୁଡ଼ି ଯାଇଥିଲା। ଏଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଧିକାରୀ ଆସି କ୍ଷୟକ୍ଷତି ଆ କଳନ କରିବା ସହ ଘର ଭାଙ୍ଗି ଯାଇଥିବା ଲୋକଙ୍କୁ ପଲିଥିନ୍ ଯୋଗାଇ ଦିଆଯାଇଥିଲା। ତେବେ ଆଜି ମାଲକାନଗିରି ସ୍ୱତନ୍ତ୍ର ଉନୟନ୍ନ ପରିଷଦ ଅଧକ୍ଷ ମାନସ ମାଡକାମୀ ଏହି କାଳ ବୈଶାଖୀର ତାଣ୍ଡବରେ ପୀଡିତ ହୋଇ ନିଜର ବାସଗୃହ ଓ ଦୋକାନ ଗୃହ ହରାଇ ଥିବା ବିଭିନ୍ନ ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ଶ୍ରୀ ମାଡକାମି ନିଜର କିଛି ସହଯୋଗୀ ସହ ପଡିଆ ହରିଜନ ସାହି, ଆନ୍ଧ୍ର ବ୍ୟାଙ୍କ, ଏମପିଭି ୬୬ ଓ ଆଖପାଖ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବାବଦରେ ପଚାରି ବୁଝିଥିଲେ। କେତେକ ସ୍ଥାନରେ ଲୋକଙ୍କ ଘର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ସେମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରି ବାସଗୃହ ଯୋଗାଇ ଦେବା ସହ ରାସ୍ତା ରେ ପଡିଥିବା ଗଚ୍ଛ ଗୁଡିକ ତୁରନ୍ତ ହଟାଇ ଯାତାୟତ କୁ ସାଧାରଣ କରିବାକୁ କହିଥିଲେ। ଶ୍ରୀ ମାଡକାମି ଙ୍କ ଏହି ଗସ୍ତବେଳେ ସାଂସଦ ପ୍ରତିନିଧି ଚୀନାମ ରାବିଡ଼, ନାକା ନୁକାଲ ରାଜୁ, ଗଙ୍ଗା କାରାମ, ମେଷାକ ରବି ପ୍ରମୁଖ ଉପସ୍ଥିତ ଥିଲେ।