ଭୁବନେଶ୍ୱର, ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର,ଲେଖକ ତଥା ରାଜନୈତିକ ସମୀକ୍ଷକ ବସନ୍ତ ଦାସଙ୍କ ପରଲୋକ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ବରିଷ୍ଠ ସାମ୍ବାଦିକ,ରାଜନୈତିକ ବିଶ୍ଳେଷକ ବସନ୍ତ ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ନିଆରା ବ୍ୟକ୍ତିତ୍ୱ ଥିଲେ । ଓଡ଼ିଶା ରାଜନୀତିକୁ ନେଇ ତାଙ୍କର ଲମ୍ବା ଅନୁଭୂତି ଆଧାରରେ ସେ ଲେଖିଥିବା ପୁସ୍ତକ ସର୍ବଜନ ଗ୍ରହଣୀୟ ହୋଇଥିଲା ।ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।