ଶ୍ରୀ ଦାସବର୍ମା ଏକ ଶୋକବାର୍ତାରେ କହିଛନ୍ତି ଯେ ଏକା ଧାରରେ ସେ ଥିଲେ ସାମ୍ବାଦିକ,ସ୍ତମ୍ବକାର ଓ ସାହିତ୍ୟିକ । ଓଡ଼ିଶା ରାଜନୀତିର ଗୋପନକଥା, ଯେ ଦେଶେ ଯାଇ ସେ ଫଳ ଖାଇ,ଅସୀ ରେ ବସନ୍ତ,ଜାତୀୟ କବି ବୀରକିଶୋର,ଦେଶପ୍ରେମୀ ନିତ୍ୟାନନ୍ଦ କାନୁନଗୋ ଓ କଟକ ନଗର ଧବଳ ଟଗର,ତାଙ୍କ ଦ୍ୱାରା ରଚିତ କାଳଯଇ କୃତି ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି ହାସଲ କରିଛି । ଓଡ଼ିଶା ସାହିତ୍ୟ ଏକାଡ଼ମି,ରାଜ୍ୟ ଜନଶିକ୍ଷା ସାଧନା କେନ୍ଦ୍ର,ରାଜୀବ ଗାନ୍ଧୀ ସଦ୍ ଭାବନ ପୁରଷ୍କାର ଓ ଶ୍ରେଷ୍ଠ ସାମ୍ବାଦିକ ସମ୍ନାନ ତାଙ୍କ ପଦଚିହ୍ନକୁ ସ୍ୱୀକୃତି ପ୍ରଦାନ କରିଛି । ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ୱ ସମୟ ତାଙ୍କର ସମଗ୍ର ଜୀବନ ଓଡ଼ିଆ ଭାଷା,ସାହିତ୍ୟ,ସଂସ୍କୃତି ଓ ସାମ୍ବାଦିକତା ପାଇଁ ସମର୍ପିତ ଥିଲା । ଏହି ଦୁଃଖଦ ସମୟରେ ସେ ସ୍ୱର୍ଗତ ବସନ୍ତ ଦାସଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
Related Stories
January 26, 2025