ଲକ୍ଷ୍ନେ – ହିନ୍ଦୁବାଦୀ ନେତା କମଳେଶ ତିବାରୀଙ୍କ ହତ୍ୟା କରା ଯିବା ପରେ ତାଙ୍କ ପରିବାରର ଲୋକ ମାନେ ରରିବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଖା କରିଛନ୍ତି । ପରିବାର ବର୍ଗ ଏହି ହତ୍ୟାକାଣ୍ଡର ଜାଂଚ ଏନଆଇଏ ଦ୍ୱାରା କରାଇବା,ପୁଅକୁ ସରକାରୀ ଚାକିରୀ ତଥା ପରିବାରକୁ ସୁରକ୍ଷା ପ୍ରଦାନ କରିବା ଆଦି ୧୧ଟି ଦାବି କରିଥିବା ଜଣା ପଡିଛି । ଅନ୍ୟ ପକ୍ଷରେ ହତ୍ୟାକାଣ୍ଡର ଜାଂଚ କରୁଥିବା ପୋଲିସ ସହରର ଲାଲବାଗ ଅଂଚଳରେ ଥିବା ଏକ ହୋଟଲରୁ ରକ୍ତ ଜୁଡୁବୁଡୁ ଗେରୁଆ କପଡା ଉଦ୍ଧାର କରିଛି । ହତ୍ୟାକାରୀ ମାନେ ହତ୍ୟା ବେଳେ ଏହାକୁ ବ୍ୟବହାର କରିଥିବା କୁହା ଯାଉଛି । ପରିବାର ବର୍ଗର ଦାବି ଗୁଡିକୁ ମୁଖ୍ୟମନ୍ତ୍ରୀ ମାନି ନେଇଥିବା ଜଣା ପଡିଛି ।
Related Stories
November 23, 2024