
ଭୁବନେଶ୍ୱର, ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସଙ୍କ କରୋନାରେ ପରଲୋକ ଘଟିଛି । କିଛିଦିନ ହେଲା ସେ ଘରୋଇ ହସପିଟାଲରେ ର ଚିକିତ୍ସିତ ହେଉଥିଲେ । ଉଭୟ ଓଡିଆ ଏବଂ ଇଂରାଜି ସାମ୍ବାଦିକତା ସହ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ସୁନାମ ରହିଥିଲା ୨୦୦୨ରେ ଗଣମାଧ୍ୟମର ବୃତ୍ତିଗତ ଚାକିରି ଜୀବନରୁ ଅବ୍ୟାହତି ନେଇ ଜଣେ ମୁକ୍ତବୃତତ୍ତ ସାମ୍ବାଦିକ ଓ ସ୍ତମ୍ଭକାର ଭାବରେ ସକ୍ରିୟ ରହିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ‘ଯେ ଦେଶେ ଯାଇ ସେ ଫଳ ଖାଇ’ ସମେତ ୧୬ଟି ପୁସ୍ତକ ରଚନା କରିଛନ୍ତି ବସନ୍ତ ଦାସ । ପଲିଟିକାଲ ହିଷ୍ଟ୍ରି ଅଫ ମଡର୍ଣ୍ଣ ଓଡ଼ିଶା, ତାଙ୍କର ବହୁ ପଠିତ ଓ ବହୁ ଆଦୃତ ପୁସ୍ତକ ।
ବସନ୍ତ ଦାସଙ୍କ ବିୟୋଗରେ ରାଜ୍ୟପାଳଙ୍କ ଶୋକ
ଭୁବନେଶ୍ୱର, ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର,ଲେଖକ ତଥା ରାଜନୈତିକ ସମୀକ୍ଷକ ବସନ୍ତ ଦାସଙ୍କ ପରଲୋକ ରେ ରାଜ୍ୟପାଳ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପରିବାର ଓ ଆତ୍ମୀୟ ସ୍ୱଜନ ଙ୍କୁ ସମବେଦନା ଜଣାଇବା ସହିତ ତାଙ୍କର ବିୟୋଗ ଓଡିଶା ଲୋକ କ୍ଷେତ୍ରର ଏକ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଛନ୍ତି ।