

ଆଜି ଚିହ୍ନଟ ହୋଇଥିବା ୭୧୮୮ ଜଣଙ୍କ ମଧ୍ୟରୁ ୪୦୨୬ ଜଣ ସଂଗରୋଧରୁ ହୋଇଥିବା ବେଳେ ୩୧୬୨ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଦ୍ଧାରେ ସବୁଠାରୁ ଅଧିକ ୧୧୩୪ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୫୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୩ ଜଣ, ବରଗଡ଼ରୁ ୨୭୧ ଜଣ, ଭଦ୍ରକରୁ ୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୨୫୭ , କଟକରୁ ୬୯୦ ଜଣ, ଦେବଗଡ ଜିଲ୍ଲାରୁ ୬୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୫୫ ଜଣ, ଗଜପତି ଜିଲ୍ଲାରୁ ୧୦୬ , ଗଞ୍ଜାମରୁ ୧୬୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୧୫୪ ଜଣ, ଯାଜପୁରରୁ ୪୦୬ ଜଣ, ଝାରସୁଗୁଡ଼ାରୁ ୧୧୪ ଜଣ, କଳାହାଣ୍ଡିରୁ ୧୭୭ ଜଣ, କନ୍ଧମାଳ ଜିଲ୍ଲାରୁ ୫୪ ଜଣ. କେନ୍ଦ୍ରାପଡ଼ାରୁ ୭୫ ଜଣ, କେନ୍ଦୁଝରରୁ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୧୧୩୪ ଜଣ, କୋରାପୁଟରୁ ୨୦୨ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୯୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୩୨୦ ଜଣ, ନବରଙ୍ଗପୁରରୁ ୨୧୬ ଜଣ, ନୟାଗଡ଼ରୁ ୨୪୨ ଜଣ, ନୂଆପଡ଼ାରୁ ୬୨ ଜଣ, ପୁରୀରୁ ୪୫୭ ଜଣ, ରାୟଗଡ଼ାରୁ ୧୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୧୨୦ ଜଣ, ସୋନପୁରରୁ ୧୨୯ ଜଣ, ସୁନ୍ଦରଗଡ଼ରୁ ୧୭୨ ଜଣ ଓ ଷ୍ଟେଟ୍ ପୁଲରୁ ୨୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।