
ଭୁବନେଶ୍ୱର, ରାଜ୍ୟର ଜଣେ ଜଣାଶୁଣା ବରିଷ୍ଠ ସାମ୍ବାଦିକ, ରାଜନୀତିରେ ଗୋପନ କଥାର ଲେଖକ, ବିଶିଷ୍ଟ ପ୍ରାବନ୍ଧିକ ବସନ୍ତ ଦାସଙ୍କ ବିୟୋଗରେ ସମାଜବାଦୀ ପାର୍ଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ଶୋକବାର୍ତାରେ କହିଛନ୍ତି ଯେ, ସ୍ୱର୍ଗତ ଦାସ ଜଗତସିଂହ ଜିଲ୍ଲାର ବିରିଡ଼ି ବ୍ଲକର ବାଇଶିମୌଜା ଦ୍ୱୀପାଂଚଳର କମଳପୁର ଗ୍ରାମରେ ଏକ ସ୍ୱାଧୀନତା ସଂଗ୍ରାମୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଦୀର୍ଘ ୫୦ ବର୍ଷ ଧରି ଓଡ଼ିଶା ସାମ୍ବାଦିକତା କ୍ଷେତ୍ରରେ ସେ ବେଶ ସକ୍ରିୟ ଥିଲେ । ଜଣେ ବରିଷ୍ଠ ସାମ୍ବାଦିକ ଭାବରେ ରାଜନୀତିର ଅନେକ ଘଟଣାବଳୀକୁ ନିଜ ପୁସ୍ତକ ମାଧ୍ୟମରେ ସେ ଲୋକଲୋଚନକୁ ଆଣିପାରିଥିଲେ । ତାଙ୍କ ମୃତ୍ୟୁରେ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ଯେଉଁ ଶୂନ୍ୟସ୍ଥାନ ପୂରଣ ହେଲା ତାହା ଅପୂରଣୀୟ । ଶୋକସନ୍ତପ୍ତ ପରିବାର ପ୍ରତି ଶ୍ରୀବେହେରା ଗଭୀର ସମବେଦନା ଜଣାଇବା ସହିତ ମହାପ୍ରକୁ ଜଗନ୍ନାଥ ତାଙ୍କ ଆମାôକୁ ଶାନ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।
ସେହିଭଳି ସିପିଆଇ (ଏମ୍.ଏଲ୍)ର ରାଜ୍ୟ ସମ୍ପାଦକ ସଂଗ୍ରାମୀ ସାଥୀ କମ୍ରେଡ଼ ଶିବରାମଙ୍କ କରୋନା ଜନିତ ମୃତ୍ୟୁରେ ସମାଜବାଦୀ ପାର୍ଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।