ନୂଆଦିଲ୍ଲୀ – ଜାମ୍ମୁ କାଶ୍ମୀରର କୁପବାଡା ଜିଲ୍ଲାର ତଙ୍ଗଧାର ସେକ୍ଟରରେ ପାକିସ୍ତାନ ଦ୍ୱାରା ଅସ୍ତ୍ର ବିରତି ଉଲ୍ଲଂଘନର ଜବାବରେ ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀର ସ୍ଥିତ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଛି । ତୋପ ଦ୍ୱାରା ଆତଙ୍କବାଦୀ ଶିବିର ଉପରେ ଗୋଳା ପକା ଯାଇଥିବାର ଖବର ରହିଛି । ଏହି ଆତଙ୍କବାଦୀ ଶିବିରକେ ଆତଙ୍କବାଦୀ ମାନଙ୍କୁ ଭାରତ ଭିତରକୁ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରା ଯାଉଥିଲେ । ଏହା ଫଳରେ ୫ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ଓ ଅନେକ ଆହତ ହୋଇଛନ୍ତି ।
ସୂତ୍ରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ପିଓକେର ନୀଲମ ଭ୍ୟାଲୀ ଠାରେ ଆତଙ୍କବାଦୀ ମାନଙ୍କର ଚାରୋଟି ଲଂଚ ପ୍ୟାଡକୁ ଧ୍ୱସ୍ତ କରି ଦିଆ ଯାଇଛି ।
ରବିବାର ସକାଳୁ ପାକିସ୍ତାନ ପକ୍ଷରୁ ଲଗାତାର ଯୁଦ୍ଧ ବିରତି ଉଲ୍ଲଂଘନ କରାଯାଇ ଭାରତୀୟ ପୋଷ୍ଟ ଓ ସାଧାରଣ ଲୋକ ମାନଙ୍କର ରହିବା ସ୍ଥାନ ଉପରେ ଆକ୍ରମଣ କରା ଯାଇଥିଲା । ଏଥିରେ ଭାରତୀୟ ସେନାର ଦୁଇ ଜଣ ସୈନିକ ବୀର ଗତି ପ୍ରାପ୍ତ ହେବା ସହ ଜଣେ ନାଗରିକ ମଧ୍ୟ ଶହୀଦ ହୋଇଛନ୍ତି । ଏହି ଘଟଣାରେ ଚାରି ଜଣ ଆହତ ହୋଇଛନ୍ତି ଓ ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତୀ କରା ଯାଇଛି । ଏହା ପରେ ଭାରତୀୟ ସେନା ପକ୍ଷରୁ ଜବାବୀ କାର୍ଯ୍ୟାନୁÂାନ କରା ଯାଇଥିଲା ।