
ଭୁବନେଶ୍ୱର,କେନ୍ଦ୍ର ସରକାର ସନ୍ଧ୍ୟା ସୁଦ୍ଧା ବାତ୍ୟା ସହାୟତା ରାଶି ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।ବାତ୍ୟା ସମ୍ପର୍କିତ ସମୀକ୍ଷା ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବା ପରେ ସନ୍ଧ୍ୟା ସୁଦ୍ଧା ଓଡ଼ିଶାକୁ ବାତ୍ୟା ସହାୟତା କେନ୍ଦ୍ର ସରକାର ଘୋଷଣା କରିବେ । ଓଡ଼ିଶା ସହ ପୂରା କେନ୍ଦ୍ର ସରକାର ଅଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟ ସରକାର ବିପର୍ଯ୍ୟର ସ୍ଥାୟୀ ସମାଧାନ ଦାବି କରିଥିଲେ । ରାଜ୍ୟ ସରକାର ସ୍ଥାୟୀ ଭିତିଭୂମି ନିର୍ମାଣ ଦାବି କରିଥିଲେ ସେ କହିଛନ୍ତି ।