
ଭୁବନେଶ୍ୱର, ବାତ୍ୟା ୟାସରେ କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପାଇଁ ଦୀର୍ଘସୂତ୍ରୀ ସମାଧାନ ପାଇଁ ଅନୁରୋଧ କରିଛନ୍ତି । ବୈଠକ ପରେ ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ – ମୁଖ୍ୟମନ୍ତ୍ରୀଏହି ବୈଠକରେ ବିଶେଷକରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ୍ ବ୍ୟବସ୍ଥା ଦାବି କରିବା ସହ ଉନ୍ନତ ଟେକ୍ନୋଲୋଜି, ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଉନ୍ନତ ଟେକ୍ନୋଲୋଜି, ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଦାବି କରିଛନ୍ତି । ଏହା ସହ ବର୍ତମାନର ବାତ୍ୟା ନେଇ ଓଡିଶା କିଛି ଦାବି କର ନାହିଁ ବୋଲି ସେ କହିଛନ୍ତି । ଯାହା ଏବେ ଦରକାର ଆମେ ତାକୁ ମ୍ୟାନେଜ କରିନେବୁ ଏବଂ ଆଗାମୀ ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବୁ ବୋଲି ଏସଆରସି ସୂଚନା ଦେଇଛନ୍ତି ।