ତିନି ରଥର ଦୁଇଟି ଲେଖାଁଏ ତୁମ୍ବରେ ଅର ସଂଯୋଗ ନିମନ୍ତେ ପ୍ରତି ତୁମ୍ବ ପାଇଁ ୧୬ ଟି ଲେଖାଏଁ ୩୨ ଗୋଟି ଅର ର ସାଲ କାମ ଶେଷ ହୋଇ ଅଛି |ଆସନ୍ତା କାଲି ତିନି ରଥର ଦୁଇଟି ଲେଖାଁଏ ତୁମ୍ଵରେ ଅର ସଂଯୋଗ ବା ସିଙ୍ଗଡ଼ା ଵାଡ଼ିଆ ଅନୁକୂଳ କାର୍ଯ୍ୟ ଭୋଇ ସେବକଙ୍କ ଦ୍ୱାରା ଯନ୍ତାଗାଡ଼ଠାରେ ଅନୁଷ୍ଠିତ ହେବ ।
ତାଳଧ୍ଵଜ ନିର୍ମାଣ ପାଇଁ ଦୁଇଟି ତୁମ୍ଵରେ ସିଙ୍ଗଡ଼ା ଵାଡ଼ିଆ
ଅନୁକୂଳ ପାଇଁ ଆବଶ୍ୟକ ୧୬ଯୋଡ଼ା ଅର ସାଲ କାର୍ଯ୍ୟ ଶେଷ ହୋଇଅଛି ।ଏଥିସହ ୫ ଟି ତୁମ୍ଵର ବିନ୍ଧକାମ ଶେଷ ହୋଇ ଆଉ ୯ ଟି ତୁମ୍ବର ବିନ୍ଧ କାର୍ଯ୍ୟ ଜାରୀ ରହିଛି |ଦୁଇଟି ଯନ୍ତା ପଟା ର ବିନ୍ଧ ଖୋଳା ସମ୍ପୂର୍ଣ୍ଣ ହୋଇଅଛି | ତାଳଧ୍ଵଜ ରଥର ମୋଟ ୧୬ ଗୋଟି କୋଣ ଗୁଜ ମଧ୍ୟରୁ ଅନୁକୂଳହୋଇଥିବା ଗୁଜ ଚଉପଟ ପରେ ସେଥିରେ ରୂପକାର ସେବକ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି |ବାକି କୋଣଗୁଜ ପ୍ରସ୍ତୁତି ପାଇଁ ଧଉରା କାଠ ଚଉପଟ କାର୍ଯ୍ୟ ହେଉଅଛି ।
ଦେବଦଳନ ରଥର ଅରପଟା ସାଇଜ ବା ବକଳାଅନୁକୂଳ ହୋଇ ତୁମ୍ବ ରେ ଅର ସଂଯୋଗ ନିମନ୍ତେ ୨ଟି ତୁମ୍ବ ପାଇଁ ୧୬ ଯୋଡ଼ା ଅର ସାଲ କାର୍ଯ୍ୟ ଶେଷ ହୋଇଛି | ୧୨ ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇ ତୁମ୍ବ ପାଇଁ ଆବଶ୍ୟକଅର ସାଲ କାର୍ଯ୍ୟ ଚାଲୁ ଅଛି । ଅନୁକୂଳ ହୋଇଥିବା ଦୁଇଗୋଟିଗୁଜ ଚଉପଟ ପରେ ରୂପକାର ସେବକ ସିଂହବିରାଳ ରୂପ ଖୋଦେଇ ଜାରୀ ରଖିଛନ୍ତି | ମୋଟ ୨୧ ଟି ଗୁଜ ପାଇଁ ଗୁଜ କାଠ ଗୁଡିକୁ ଚଉପଟ କାର୍ଯ୍ୟ ଚାଲୁ ରହିଛି । ସେଥି ରୁ୪ଟି ତିଖ ଗୁଜ ଆରମ୍ଭ ହୋଇଛି ।
ନନ୍ଦିଘୋଷ ରଥର ୧୬ ଟି ତୁମ୍ବରୁ
୮ ଟି ର ବିନ୍ଧ କାର୍ଯ୍ୟ ଶେଷ ହୋଇ ବାକି ୮ ଟି ର ବିନ୍ଧ କାମ ଚାଲୁଅଛି |ଆସନ୍ତା କାଲି ତୁମ୍ଵରେ ଅର ସଂଯୋଗ ବା ସିଙ୍ଗଡ଼ା ଵାଡ଼ିଆ ଅନୁକୂଳ ଥିବାରୁ ଦୁଇଟି ତୁମ୍ବ ଆଇଁ ଆବଶ୍ୟକ ୧୬ଯୋଡ଼ା ଲେଖାଏଁ ୩୨ଗୋଟି ଅର ସାଲ ହୋଇ ପ୍ରସ୍ତୁତ ହୋଇଅଛି ।ପାର୍ଶ୍ୱ ଦେବ ଦେବୀ ପାଇଁ ଦୁଇଗୋଟି ଜଳଯନ୍ତ୍ର ର ଚଉପଟ କାର୍ଯ୍ୟ ଶେଷ ହୋଇଅଛି |ଅନୁକୂଳ ସରିଥିବା ଗୁଜକାଠ ଚଉପଟ ପରେ ରୂପକାର ସେବକ ସିଂହ ବିରଳ ରୂପ ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି |ପ୍ରସ୍ତୁତ ସରିଥିବା ଗୁଜ ଗୁଡିକରେ ସିଂହ ବିରଳ ରୂପ ଖୋଦେଇ ପାଇଁ ରୂପକାର ସେବକ ସେଥରେ ସିଂହ-ବିରଳ ରୂପ ଚିତ୍ର ଅଙ୍କନ କରୁଛନ୍ତି ।ଦୋଳବେଦୀ ସ୍ଥ ଅସ୍ଥାୟୀ କମାର ଶାଳାରେ ତିନି ରଥର ଓଝା ସେବକମାନେ ତିନି ରଥ ପାଇଁ ଆବଶ୍ୟକ ୪୨ ତୁମ୍ବ ର ୪୨ ଯୋଡ଼ା ପଂଦାରୀ ଏବଂଅର କଣ୍ଟା ପ୍ରସ୍ତୁତି ଜାରୀ ରଖିଛନ୍ତି ।
ରଥ ନିର୍ମାଣ କାରୀଙ୍କ ମୋଟ ଉପସ୍ଥାନ :- ୧୫୦ ସେମାନଙ୍କ ମଧ୍ୟରୁ ତିନି ରଥ ମହାରଣା- ୫୭,ତିନି ରଥ ଭୋଇ ସେବକ-୫୭,କରତି ସେବକ- ୪,ପାହି ମହାରଣା-୧,ଓଝା ବା କମାର ସେବକ-୧୫,ତୁମ୍ବ ବିନ୍ଧ କାରିଗର- ୨,ରୂପକାର ସେବକ-୧୩,ରଥଖଳା ସହାୟକ-୧ ଉପସ୍ଥିତ ଅଛନ୍ତି |