କନ୍ଧମାଳ – ବର୍ଷବର୍ଷ ଧରି ନିଜ କାର୍ଯ୍ୟରେ ଅନୁପସ୍ଥିତ ରହି ସମସ୍ତ ପ୍ରକାର ନିତି ନିୟମକୁ ଉଲଂଘନ କରି ନିଜ ପଦବୀରେ ପୁନରବାର ନିଯୁକ୍ତି ପାଇବା ଆଲୋଚନାର ବିଷୟ ପାଳଟଛିି. ଏମିତି ଗୁରୁତର ଘଟଣା ଏବେ ଲୋକଲୋଚନ କୁ ଆସିଛି. ଫିରିଙ୍ଗିଆ ବ୍ଲକ କେଳାପଡା ଗ୍ରାମପଂଚାୟତ ନୋଡାଲ ଉଚ୍ଚବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ହୃଶିକେଶ ବେହେରା କନ୍ଧମାଳ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଏକ ଅତିରିକ୍ତ ଶ୍ରେଣି ଗୃହ ନିର୍ମାଣ ପାଇଁ ଆସିଥିବା ଅର୍ଥ ଆତ୍ମସାଦ କରି କାହାକୁ କିଛି ନଜଣାଇ ବିଭାଗୀୟ ଚାପରେ ହଠାତ ୨୪.୦୮.୨୦୦୮ ମସିହାରେ ବିଦ୍ୟାଳୟ ଛାଡି ହଠାତ ଉଭାନ ହୋଇଗଲେ. ଶିକ୍ଷା ବିଭାଗ ଦ୍ୱରା ବାରମ୍ବାର ତାଗିଦ କରାଯିବା ପରେ ମଧ୍ୟ ନିଜ କାର୍ଯ୍ୟରେ ରେ ଯୋଗ ଦେଲେ ନାହିଁ. ଏହାପରେ ୨୦୦୯ / ୧୦ ମସିହାରେ ଦୁର୍ନିତି ନିବାରଣ ବିଭାଗ ଦ୍ୱାରା ସମ୍ପୃକ୍ତ ଶିକ୍ଷକ ହୃଶିକେଶ ବେହେରା ସରକାରୀ ଅର୍ଥ ଆତ୍ମସାଦ ମାମଲରେ ଛନ୍ଦି ହେବା ସଙ୍ଗେସଙ୍ଗେ ସେହି ସମୟର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅକ୍ଷୟ କୁମାର ନାଏକ, ଓର୍ବଶିକ୍ଷା ଅଭିଯାନ ର ଫିରିଙ୍ଗିଆ ଦାୟିତ୍ୱରେ ଥିବା ଯନ୍ତ୍ରୀ ସନ୍ୟାସି ବାରିକ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ମଧ୍ୟ ଏହି ଅର୍ଥ ଅତ୍ମସାତ କରିବା ଅଭିଯୋଗ ରେ ଛନ୍ଦି ହୋଇଥିଲେ. ଶିକ୍ଷକ ହୃଷିକେଶ ବେହେରାଙ୍କୁ ଶିକ୍ଷା ବିଭାଗ ନିଳମ୍ବିତ ମଧ୍ୟ କରିଥିଲା. ୨୦୧୦ ମସିହାରେ କେସ ରୁଜୁ କରାଯାଇ ୨୦୧୭ ମସିହା ପର୍ଯ୍ୟନ୍ତ ମାମଲା ଚାଲିଥିବା ଶିକ୍ଷା ବିଭାଗ ତରଫରୁ ଜଣାପଡିଛି. ତେବେ ୨୦୦୮ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ନିଜ କାର୍ଯ୍ୟରେ ଅନୁପସ୍ଥିତ ଶିକ୍ଷକଙ୍କୁ ବିଭାଗର କିଛି ଅସାଧୁ କର୍ମଚାରି ସମ୍ପୃକ୍ତ ଶିକ୍ଷକ ହୃଷିକେଶ ବେହେରାଙ୍କ ବିଭିନ୍ନ ଚାକିରି ସମ୍ବନ୍ଧୀୟ କାଗଜପତ୍ରକୁ ଉଦଜିବିତ କରି ତାକୁ ପୁନରବାର ଚାକିରିରେ ଯୋଗଦାନ କରାଇବାରେ ସହେଯାଗ କରାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି. ଏହାକୁ ନେଇ ଶିକ୍ଷକ ସଂଙ୍ଗଠନ ତଥା ଶିକ୍ଷକ ସମାଜ ବିରୋଧ କରୁଥିବା ବେଳେ ସେହି ଅଂଚଳର କିଛି ସ୍ୱେଚ୍ଛାସେବୀ ସଂଙ୍ଗଠନ ମଧ୍ୟ ଆପତି ଉଠେଇଛନ୍ତି. ସେମାନେ ଦାବି କରିଛନ୍ତି ଯେ ଏହା ଦ୍ୱାରା ନି Â ାର ସହିତ କାର୍ଯ୍ୟକରୁଥିବା ଶିକ୍ଷକ ମାନେ ଏଥିରେ ହତୋସ ô ାହିତ ହେବାର ଭଳି ମନ୍ତବ୍ୟ ଶୁଣିବାକୁ ମିଳୁଛି. ତେଣୁ ଅସାଧୁ କର୍ମଚାରୀଙ୍କ ଚକ୍ରାନ୍ତ ରୁ ଶିକ୍ଷା ବିଭାଗ କୁ ମୁକ୍ତ ରଖିବାକୁ ଶିକ୍ଷକ ସମାଜ ଆହ୍ୱାନ ଜଣାଇଛନ୍ତି. ଅନ୍ୟପଟେ ସମ୍ପୃକ୍ତ ଶିକ୍ଷକ ଶ୍ରୀ ହୃଶିକେଶ ବେହେରାଙ୍କୁ ପଚାରିବାରୁ ସେ ସରକାରୀ ନିଦେ୍ର୍ଧଶ ନାମାରେ କାର୍ଯ୍ୟରେ ପୁନରବାର ଯୋଗ ଦେଇଥିବା କହିବା ସହ ମୋ ବିରୋଧରେ ହୋଇଥିବା ସମସ୍ତ ମାମାଲା ପ୍ରତ୍ୟାହାର ହୋଇ ସାରିଛି ତେଣୁ ନିଦେ୍ର୍ଧାଷ ବିଭାଗୀୟ ନିଦେ୍ର୍ଧଶ ଅନୁସାରେ ପୁନର୍ବାର କାର୍ଯ୍ୟରେ ଯୋଗ ଦେଇଛି ବୋଲି କହିଛନ୍ତି. ଏହା ସହ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଏକ ସତ୍ୟପାଠ ମଧ୍ୟ ଦାଖଲ କରିଥିବା କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି. ଏହି ବିଷୟରେ ଫିରିଙ୍ଗିଆ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଳ ଙ୍କୁ ପଚାରିବାରୁ ସମ୍ୃକ୍ତ ଶିକ୍ଷକ ଙ୍କୁ ସାମୋହିକ ଭାବରେ ନିଯୁକ୍ତି ଦିଆଯାଇଛି ଓ ତାଙ୍କ ଠାରୁ ଏକ ସତ୍ୟପାଠ ମଧ୍ୟ ରଖାଯାଇଛି ଜଦି ସେ ତାଙ୍କ ଅନୁପାସ୍ତିତ ସମ୍ୟ ମଧ୍ୟରେ କୈାଣଷି ତୃଟି ଦେଖାଦିଏ ତାଙ୍କୁ. ଚାକିରିରୁ ବିଦା କରାଯିବ. ତାଙ୍କ ନାମାରେ କୈାଣସି ସଂଙ୍ଗଠନ କିମ୍ବା ବ୍ୟବସାୟୀକ ସଂଙ୍ଗଠନ ଥିଲେ ତଦନ୍ତ କରି ତାଙ୍କୁ ଚାକିରିରୁ ବିଦା କରାଯିବ ବୋଲି କହିବା ସହ ସେ ଦେଇଥିବା ଆବେଦନ ପତ୍ର ଜାଂଚ ପାଇଁ ଶିକ୍ଷା ବିଭାଗ ନିଦେ୍ର୍ଧଶକ ଭୁବନେଶ୍ୱର ପଠେଇ ଦିଆଯାଇଛି. ନିଦେ୍ର୍ଧଶକଙ୍କ ଜରିଆରେ ସମୟ ସର୍ତାବଳି ଗୁଡିକ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି. ଅନ୍ୟ ଏକ ପ୍ରଶ୍ନର ଉତର ଦେଇ ସରକାରୀ ସର୍ତାବଳୀ ଅନୁସାରେ ତାଙ୍କୁ ନିଯୁକ୍ତି ଦିଆଯାଇଛି ସରକାରୀ ନିୟମ ଅନୁସାରେ ହିଁ ତାଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି ଏବଂ ଶିକ୍ଷକ ବେହେରା ମଧ୍ୟ ସମସ୍ତ ଅବଶ୍ୟକିୟ ସର୍ତାବଳି କାଗଜ ପତ୍ର ଦାଖଲ କରିଛନ୍ତି ବୋଲି କହିଛନ୍ତି. କିନ୍ତୁ ତାଙ୍କ ନାମରେ କୈାଣଷି ଆନୁ Â ାନିକ ସମ୍ୃକ୍ତି ଥିବା ପ୍ରମାଣିତ ହେଲେ ତୁରନ୍ତ ତାଙ୍କୁ ଚାକିରିରୁ ବଦା କରାଯିବ ବୋଲି ଗୋ Â ୀ ଶିକ୍ଷାଅଧିକାରୀ ଦେଇଛନ୍ତି ଦେଇଛନ୍ତି. ତଦନ୍ତରୁ ଜଣାଯାଏ ଯେ ଶିକ୍ଷକ ବେହେରା ଦିର୍ଘଦିନ କାର୍ଯ୍ୟରେ ଅନୁପସ୍ଥିତ ରହି ସେ ଭୁବନେଶ୍ୱର ନୟାପଲ୍ଲି ଆଇ ଆରସି ଭିଲେଜ ଠାରେ ଏସିଆନ ରିଆଲ ମୁ୍ୟଚିଆଲ ଲିମିଟେଡ ନାମକ ଏକ ଅଣସ୍ୱିକୃତି ପ୍ରାପ୍ତ ଜମିଜମା କିଣାବିକା ଓ ଅର୍ଥଲଗାଣ କାରୀ ସଂସ୍ଥାର ପ୍ରତି Â ା କରିଥିବା ଆଲୋଚନା ହେଉଥିବା ବେଳେ ସେ ନିଜେ ସେହି ସଂସ୍ଥାର ନଦେ୍ର୍ଧଶକ ରହିଥିବା ଜଣାପଡିଛି. କେବଳ ସେତିକି ନୁହେଁ ଜଣେ ଏନଆରଆଇଙ୍କ ଠାରୁ ଜମି ଦେବା ନାରେ ଲକ୍ଷାଧିକ ଟଙ୍କା ହଡପ କରିଥିବା ଜଣାପଡିଛି. ଅର୍ଥଲଗାଣ କାରି ସଂସ୍ଥା ଓ ତାଙ୍କ ନାରେ ଭୁବନେଶ୍ୱର ନୟାପଲ୍ଲି ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇ ଥିବା ମଧ୍ୟ ଏକ ବିଶେଷ ସୁତ୍ରରୁ ଜଣାପଡିଛି. ତେବେ ଏତେ ସବୁ ମାମଲା ରେ ଛନ୍ଦି ହୋଇ ଦିର୍ଘଦିନ ଧରି କାର୍ଯ୍ୟରେ ଅନୁପସ୍ତିତ ରହିଥିବା ଶିକ୍ଷକ ଙ୍କୁ କିଭଳି ଭାବରେ ପୁଣି ଚାକିରିରେ ଯୋଗଦାନ କରିବା ପାଇଁ ଶିକ୍ଷା ବିଭାଗ ଅନୁମତି ଦେଲା ତାହା ଏବେ ତଦନ୍ତ ସାପେକ୍ଷ ବୋଲି ସାଧାରଣ ରେ ଦାବି ଯୋର ଧରିଛି. ଅନ୍ୟପଟେ ଏହି ଶିକ୍ଷକ ଙ୍କୁ ପୁନଃ ଚାକିରି ଦେବା ପଛରେ ବ୍ୟାପକ ଅର୍ଥକାରବାର ହୋଇଥିବା ମଧ୍ୟ ଚର୍ଚ୍ଚା ଯୋର ଧରିଛି.
Related Stories
November 23, 2024