କରୋନା ସମୟରେ ଲକଡାଉନ ହେତୁ ଲୋକେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଏହି ବାତ୍ୟା ଆର୍ଥିକ ମେରୁଦଣ୍ଡକୁ ଆହୁରି ଭାଙ୍ଗି ଦେଇଛି । ସମସ୍ତ ଚାଷଜମି ଜଳମଗ୍ନ ହେବା ସହ ଲୁଣି ପାଣି ଆସିବାରୁ ଆଗାମୀ ଦୁଇ-ତିନି ବର୍ଷ ହେବ କିପରି ଚାଷ ହେବ ତାହା ଚିନ୍ତାର କାରଣ ପାଲଟିଛି । ସେହିପରି କାହାର ଘର ଭାଙ୍ଗି ଯାଇଛି ତ କାହାର ବହିପତ୍ର ଭାସି ଯାଇଛି । କରୋନା ହେତୁ ଦୁଇ ବର୍ଷ ହେଲା ପାଠପଢା ଠିକ ନଥିବା ବେଳେ ଏହି ବାତ୍ୟା ଶିକ୍ଷାକୁ ଏକ ପ୍ରକାରର ପଙ୍ଗୁ କରି ଦେଇଛି । ଏହି ସମୟରେ ଲୋକଙ୍କୁ ଉଚିତ ଖାଦ୍ୟ ପାନୀୟ ଦେବା ସହ ବେଶୀ ପ୍ରଭାବିତ ଲୋକଙ୍କ ସଠିକ ତାଲିକା କରି ଯଥାଶୀଘ୍ର ପ୍ୟାକେଜ ଘୋଷଣ କରିବାକୁ ଅଖିଳ ଭାରତୀୟ ପରିଷଦ ଦାବି କରିଛି ।
ଅର୍ଥନୀତି ଓ ଭିତିଭୂମିର ପୁନରୁଦ୍ଧାର ଏବଂ ଶିକ୍ଷା, କୃଷି, ପରିବେଶକୁ ଦୃଷ୍ଟିରେ ରଖି ପ୍ରତ୍ୟେକ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି ଦାବି କରିଛନ୍ତି । ବିଶେଷ ପ୍ରଭାବିତ ଜିଲ୍ଲା , ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ମୟୂରଭଞ୍ଜ ପାଇଁ ସରକାର ଯଥାଶୀଘ୍ର ଏହି ପ୍ୟାକେଜ ଘୋଷଣା କରିବାକୁ ଏବିଭିପି ଦାବି କରିଛି ।