
ଗଞ୍ଜାମ, ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ଅଂଚଳର ପ୍ରଦୀପ ସାହୁଙ୍କ ଶ୍ରୀକ୍ଷେତ୍ର ବିହାର ଠାରେ ଥିବା ଏକ ଘରେ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ବ୍ରହ୍ମପୁର ସଦର ପୋଲିସ ଖବର ପାଇ ଗତକାଲି ରାତିରେ ସେଠାରେ ଚଢ଼ଉ କରିଥିଲା । ଏହି ଜୁଆ ଆଡ୍ଡାରୁ ୪ ଜଣ ମହିଳାଙ୍କ ସମେତ ୧୮ ଜଣ ଜୁଆଡ଼ିଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ୧ ଲକ୍ଷ ୭ ହଜାର ୪୯୦ ଟଙ୍କା ଜବତ କରିଛି ପୋଲିସ । ୧୭ଟି ମୋବାଇଲ ଓ ୨ଟି ବାଇକ୍ ମଧ୍ୟ ଜବତ କରିଛି ପୋଲିସ । ଏ ସଂକ୍ରାନ୍ତରେ ବ୍ରହ୍ମପୁର ସଦର ପୋଲିସ ଥାନାରେ ୬୧/୨୧ ରେ ଏକ ମାମଲା ରୁଜ୍ଜୁ ହୋଇଛି ।