
କେନ୍ଦୁଝର, ବାତ୍ୟା ୟାସ୍ ପ୍ରଭାବରେ ତୁହାକୁ ତୁହା ବର୍ଷା ଯୋଗୁଁ ଜିଲ୍ଲାର ତଳିଆ ଅଂଚଳ ଓ ସହର ତଳି ଅଂଚଳରେ ପାଣି ଘେରରେ ରହିଛି । କେନ୍ଦୁଝର ମ୍ୟୁନିସିପାଲଟିର ୯ ନଂ ୱାର୍ଡ଼ ଅନ୍ତର୍ଗତ ବଳଦେବଜୀଉ କଲୋନୀ, ସ୍ପଞ୍ଜ କଲୋନୀ, ବାର୍ନାଜୀ କଲୋନୀ ଅଂଚଳ ପାଣି ଘେରରେ ରହିଛି । ଅଧିକାଂଶ ୱାର୍ଡ଼ରେ ଡ୍ରେନରେ କଭର୍ ନଥିବାରୁ ବର୍ଷା ଜଳ ଆନେକ ସ୍ଥାନରୁ ଡ଼୍ରେନରୁ ଉଛୁଳି ରାସ୍ତା ଉପରେ ପ୍ରବାହିତ ହେଉଛି ।