
କେନ୍ଦୁଝର, ବାତ୍ୟା ୟାସ୍ କୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଂଚଳରୁ ପ୍ରାୟ ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ କୋଭିଡ଼୍ -୧୯ ଗାଇଡ଼୍ ଲାଇନ୍ ଅନୁପାଳନ ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ସ୍ଥାନାନ୍ତରିତ ଲୋକଙ୍କ ଖାଦ୍ୟ ବ୍ୟବସ୍ଥା ୫୦୦ ରୁ ଉର୍ଦ୍ଧ୍ୱ ଫ୍ରି କିଚେନ୍ ଖୋଲାଯାଇଛି । ଆନନ୍ଦପୁରର ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ ଜଳ । ଏହାର ବିପଦ ସଂକେତ ୩୮.୩୬ ମିଲିମିଟର ରହିଥିବା ବେଳେ ବର୍ତମାନ ଦିନ ୧୨ ଟା ସୁଦ୍ଧା ବିପଦ ସଂକେତ ଉପରେ ୩୯.୦୮ ମି.ମି.ରେ ବନ୍ୟାଜଳ ପ୍ରବାହିତ ହେଉଛି ।