-
ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩୨୭୩୯
ଆଜି ଚିହ୍ନଟ ହୋଇଥିବା ୬୭୩୬ ଜଣଙ୍କ ମଧ୍ୟରୁ ୩୭୭୪ ଜଣ ସଂଗରୋଧରୁ ହୋଇଥିବା ବେଳେ ୨୯୬୨ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ରେ ସବୁଠାରୁ ଅଧିକ ୭୮୮ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୭୮୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୭୧ ଜଣ, ବରଗଡ଼ରୁ ୪୦୫ ଜଣ, ଭଦ୍ରକରୁ ୨୦୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୧୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବୌଦ୍ଧ ଜିଲ୍ଲାରୁ ୨୬୨, କଟକରୁ ୩୬୨ ଜଣ, ଦେବଗଡ ଜିଲ୍ଲାରୁ ୬୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୭୮ ଜଣ, ଗଜପତି ଜିଲ୍ଲାରୁ ୮୦ , ଗଞ୍ଜାମରୁ ୧୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୧୦୬ ଜଣ, ଯାଜପୁରରୁ ୩୭୪ ଜଣ, ଝାରସୁଗୁଡ଼ାରୁ ୧୨୦ ଜଣ, କଳାହାଣ୍ଡିରୁ ୨୪୧ ଜଣ, କନ୍ଧମାଳ ଜିଲ୍ଲାରୁ ୮୫ ଜଣ. କେନ୍ଦ୍ରାପଡ଼ାରୁ ୨୪ ଜଣ, କେନ୍ଦୁଝରରୁ ୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୫୧୭ ଜଣ, କୋରାପୁଟରୁ ୨୧୮ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୩୪ ଜଣ, ନବରଙ୍ଗପୁରରୁ ୨୮୨ ଜଣ, ନୟାଗଡ଼ରୁ ୨୦୭ ଜଣ, ନୂଆପଡ଼ାରୁ ୪୮ ଜଣ, ପୁରୀରୁ ୨୬୫ ଜଣ, ରାୟଗଡ଼ାରୁ ୧୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୩୦୯ ଜଣ, ସୋନପୁରରୁ ୮୨ ଜଣ, ସୁନ୍ଦରଗଡ଼ରୁ ୭୨୦ ଜଣ ଓ ଷ୍ଟେଟ୍ ପୁଲରୁ ୧୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।