

ଏନଡିଆରଏଫ ଏକାଡେମୀରେ ନିର୍ଦ୍ଦେଶକ ପଦବୀ ସୃଷ୍ଟି ହେବା ସହିତ, ସଂଗଠନର ନେତୃତ୍ୱ ଏବଂ ନିୟନ୍ତ୍ରଣ ଜଣେ ବରିଷ୍ଠ ଏବଂ ଅଭିଜ୍ଞ ଅଧିକାରୀଙ୍କୁ ଅର୍ପଣ କରାଯିବ, ଯିଏକି ବାଞ୍ଝିତ ଉଦ୍ଦେଶ୍ୟ ନେଇ ସଂସ୍ଥାନର ପରିଚାଳନା କରିପାରିବେ । ଏନଡିଆରଏଫ, ଏସଡିଆରଏଫ, ସିଡି ସ୍ୱେଚ୍ଛାସେବୀ, ଅନ୍ୟ ଅଂଶୀଦାର ଏବଂ ସାର୍କ ଓ ଅନ୍ୟ ଦେଶର ବିପର୍ଯ୍ୟୟ ପ୍ରଶମନ ଏଜେନ୍ସିଗୁଡ଼ିକର ୫୦୦୦ରୁ ଅଧିକ କର୍ମଚାରୀମାନଙ୍କୁ ବାର୍ଷିକ କୌଶଳ ଆଧାରିତ ବ୍ୟବହାରିକ ପ୍ରଶିକ୍ଷଣ ପ୍ରଦାନ କରିବ । ଏହାଫଳରେ ଅଂଶୀଦାରମାନଙ୍କର ପରିବର୍ତ୍ତିତ ଆବଶ୍ୟକତା ଅନୁଯାୟୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବିଶ୍ଳେଷଣ କରାଯାଇପାରିବ ଓ ସେଥିରେ ସୁଧାର ଅଣାଯାଇପାରିବ । ଏନଡିଆରଏଫ, ଏସଡିଆରଏଫ କର୍ମଚାରୀ ଏବଂ ଅନ୍ୟ ଅଂଶୀଦାରମାନଙ୍କୂ ଦିଆଯାଉଥିବା ପ୍ରଶିକ୍ଷଣର ଗୁଣବତ୍ତାରେ ଏହା ବ୍ୟାପକ ସୁଧାର ଆଣିପାରିବ ।