ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୨୦୨୧ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୮୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫୦୮ ଜଣ, ବରଗଡ଼ରୁ ୨୫୭ ଜଣ, ଭଦ୍ରକରୁ ୪୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୧୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୨୦୬, କଟକରୁ ୯୯୮ ଜଣ, ଦେବଗଡ ଜିଲ୍ଲାରୁ ୮୬ ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୪୧ ଜଣ, ଗଜପତି ଜିଲ୍ଲାରୁ ୭୬ , ଗଞ୍ଜାମରୁ ୧୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୩୧୫ ଜଣ, ଯାଜପୁରରୁ ୫୬୦ ଜଣ, ଝାରସୁଗୁଡ଼ାରୁ ୧୮୪ ଜଣ, କଳାହାଣ୍ଡିରୁ ୩୫୨ ଜଣ, କନ୍ଧମାଳ ଜିଲ୍ଲାରୁ ୧୪୧ ଜଣ. କେନ୍ଦ୍ରାପଡ଼ାରୁ ୧୯୮ ଜଣ, କେନ୍ଦୁଝରରୁ ୧୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୨୦୨୧ ଜଣ, କୋରାପୁଟରୁ ୨୧୮ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୭୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୨୪୯ ଜଣ, ନବରଙ୍ଗପୁରରୁ ୩୦୦ ଜଣ, ନୟାଗଡ଼ରୁ ୩୧୬ ଜଣ, ନୂଆପଡ଼ାରୁ ୫୪ ଜଣ, ପୁରୀରୁ ୪୬୨ ଜଣ, ରାୟଗଡ଼ାରୁ ୨୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୩୪୨ ଜଣ, ସୋନପୁରରୁ ୨୬୧ ଜଣ, ସୁନ୍ଦରଗଡ଼ରୁ ୬୯୯ ଜଣ ଓ ଷ୍ଟେଟ୍ ପୁଲରୁ ୩୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।