

Related Stories
April 21, 2025
ମାଲକାନଗିରି, ଦୀର୍ଘ ୫ ଦଶନ୍ଧି ର ଜଳବନ୍ଦୀ ଜୀବନ ବିତାଇବାପରେ ଜୁଲାଇ ୨ 0୧ ୮ ରେ ବିଛିନାଞ୍ଚଳ ବାସୀଙ୍କ ବହୁ ପ୍ରତିକ୍ଷୀତ ଗୁରୁପ୍ରିୟା ସେତୁ ଉଦଘାଟନ ହେଲା!ସ୍ୱାଭିମାନ ଅଞ୍ଚଳର ମାନ୍ୟତା ପାଇଲା ବିଛିନାଅଞ୍ଚଳ!ବାଲିମେଳା ଜଲଭଣ୍ଡାର ଆରପଟେ ଥିବା ଜଳବନ୍ଦୀ ପାହାଡିଆ ମଣିଷକ କଥା ଭୁଲିଗଲେ ରାଜ୍ୟ ସରକାର!କୋରୁକୋଣ୍ଡା ବ୍ଲକର ନାକାମାମୁଡି ପଞ୍ଚାୟତ ଅଧୀନରେ ଥିବା 54ଟି ଗାଁ ମଧ୍ୟରେ ଅଧିକାଂଶ ଗାଁକୁ ରାସ୍ତାଘାଟ ଟ ଦୂରରେ ଥାଉ, ବିଶୁଦ୍ଧ ପାନୀୟଜଳ ଆଜିବି ଏମାନଙ୍କ ପାଇଁ ସାତ ସପନ!ଖାଉଟି ସାମଗ୍ରୀ, ଭତ୍ତା, ବା ସରକାରୀ ସୁବିଧା ଟିକିଏ ପାଇବା ପାଇଁ ଆଜି ବି ମାଇଲ ମାଇଲ ପଥ ଅତିକ୍ରମ କରନ୍ତି ପାହାଡିଆ ଲୋକେ!ସୂଚାନଯୋଗ୍ୟ ସେତୁ ନିର୍ମାଣ ପରେ ବିକାଶର ସ୍ୱାଦ ଚାଖିଲେ ଚିତ୍ରକୋଣ୍ଡା ବ୍ଲକର ୫ଟି ପଞ୍ଚାୟତ ର ୧ ୫ ୧ ଖଣ୍ଡ ଗାଁ ର ଲୋକ!ତେବେ ଆଜି ବି ଜଳବନ୍ଦୀ ଜୀବନଯାପନ କରୁଛନ୍ତି ଜଲଭଣ୍ଡାର ଆର ପଟେ ଥିବା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତର 40 ଖଣ୍ଡ ଗ୍ରାମବାସୀ!ସରକାରୀ ସୁବିଧା ପାଇଁ ଏମାନେ ୬ 0କିଲୋମିଟର ଜଳଯାତ୍ରା କରି ନାକାମାମୁଡି ପଞ୍ଚାୟତ ରେ ପହଞ୍ଚନ୍ତି ଏଠାକାର ଲୋକ!ବାୟାପଡା ଅଞ୍ଚଳରେ ୧ ୮ ଟି ଗାଁରେ ବସବାସ କରନ୍ତି ଆଦିମ ଦିଦାୟୀ ଜନଜାତି ର ଜନସାଧାରଣ!ଏହି ସବୁ ଗାଁରେ ରାସ୍ତା ଘାଟ ନାହିଁ କିନ୍ତୁ ମଝିରେ ମଝିରେ ଭଙ୍ଗା ଦଦରା ବ୍ରିଜ ମାନ ରହିଛି!ସ୍ୱାସ୍ଥ୍ୟ ସେବା ଏଠି ଅପହଞ୍ଚ!ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ନାହିଁ ଅନେକ ଗାଁ!ସେପଟେ ଘାଟିର ସମସ୍ତ ଗାଁରେ ବିଶୁଦ୍ଧ ପିଇବା ପାଣି ଲାଗି ନା ଅଛି ନଳକୂପ ନାଁ ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ!ସତେ ଯେମିତି ବସୁଧା ଯୋଜନା ପାହାଡ଼ ଡେଇଁ ଲୋକଙ୍କ ନିକଟରେ ପହଞ୍ଚିପାରିନାହିଁ!ପାହାଡିଆ ଲୋକଙ୍କ ପିଇବା ପାଇଁ ପାହାଡି ଚୁଆ ପାଣି ହି ଭରସା!ନା ଅଛି ରୋଗ ବୈରାଗର ଭୟ ନାଁ ଅଳିଆ ଆବର୍ଜନା ର ଡର!ପିଲାଠୁ ବୁଢା ଯାଏଁ ସମସ୍ତେ ବିନା କୋଣସି ସଂକୋଚରେ ଏହି ଚୁଆ ପାଣି ପିଇ ନିଜ ଶୋଷ ମେଣ୍ଟାଉଛନ୍ତି!ସେପଟେ ଏଠାରେ ଶିକ୍ଷାଦାନ କଥା ନ କହିବା ଭଲ! ଅଧିକାଂଶ ଗାଁରେ ଅଙ୍ଗନବାଡି କେନ୍ଦ୍ର ନାହିଁ, ଯେଉଁ ଗାଁରେ ଅଛି ସେଠି ତାଲା ଝୁଲୁଛି!ସେହିପରି ବି ଦ୍ୟାଳୟ ଅବସ୍ଥା ନ କହିବା ଭଲ, ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ଘାଟିର ପ୍ରାୟ ବିଦ୍ୟାଳୟ!କେଉଁଠି ଭଗ୍ନ ଅବସ୍ଥାରେ ଶ୍ରେଣୀ ଗୃହ ତ କେଉଁଠି ଗୁହାଳ ଘର ପାଲଟିଛି ବିଦ୍ୟାଳୟ!ନାକାମାମୁଡି ପଞ୍ଚାୟତ ସହ ଆଦିମ ଦିଦାୟୀ ସମ୍ପ୍ରଦାୟର ବିକାଶ ଲାଗି ସ୍ୱତନ୍ତ୍ର ଦିଦାୟୀ ଉନ୍ନୟନ ସଂସ୍ଥା କାମ କରୁଛି!ଏପରିକି ବ୍ଲକ ଜରିଆରେ ଉଭୟ କେନ୍ଦ୍ର ଓ ରାଜ୍ୟ ର ବହୁ ଯୋଜନା ଏଠାରେ କାର୍ଯ୍ୟକାରୀ ହେଉଛି!ତେବେ ସ୍ଥିତି ଦେଖିଲେ ସବୁ କିଛି କେବଳ କାଗଜ କଲମ ରେ ଚାଲିଥିବା ବାରି ହେଉଛି!ସମସ୍ତ ଙ୍କ ନିକଟରେ ଗୁହାରି କରିବା ସହ ବାୟାପଡା କୁ ସ୍ୱତନ୍ତ୍ର ପଞ୍ଚାୟତ ର ମାନ୍ୟତା ଦେବାକୁ ଗାଁ ଲୋକେ ବହୁବାର ନିବେଦନ କରିଛନ୍ତି!ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ କୋଣସି ଅଧିକାରୀ ଙ୍କ ପାଦ ପଡ଼ିନାହିଁ!ଏସବୁ ଭିତରେ ବର୍ତ୍ତମାନ ଏଠାରେ ବିକାଶ କାମ ଆରମ୍ଭ ହୋଇଛି!ଗାଁ କୁ ସଂଯୋଗ ପାଇଁ ରାସ୍ତା ନିର୍ମାଣ ଚାଲିଛି!ବର୍ତମାନ ମାଓବାଦୀ ଙ୍କ ଏହି ଅଞ୍ଚଳରେ ଚଳପ୍ରଚଳ କମିଥିବାବେଳେ ଆଉ କେତେ ଦିନ ମାଓବାଦୀ ଙ୍କ ଆଳ ଦେଖାଇ ଲୋକଙ୍କୁ ପ୍ରଶାସନ ଭୁଆଁ ବୁଲାଇବ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରୁଛନ୍ତି!