ଭୁୁବନେଶ୍ୱର , ଗତ ଫନିବାତ୍ୟା ଭଳି ଚଳିତ ୟେସ୍ ବାତ୍ୟା ସମୟରେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀଙ୍କ ଜୀବନ ହାନି ଘଟିଲେ ସେମାନଙ୍କ ପରିବାର ସଦସ୍ୟଙ୍କୁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିବା ତଥା ବାତ୍ୟା ସମୟରେ ଓ ପରବର୍ତୀ ପୁନଃରୁଦ୍ଧାର ସମୟରେ ସେମାନଙ୍କ ଦରମାକୁ ଆପାତତଃ ୨ ଗୁଣିତ କରିଥିବାରୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖା ତରଫରୁ ସଭାପତି ଡଃ ରାମଚନ୍ଦ୍ର ଖୁଂଟିଆ, ଉପସଭାପତି ମଦନ ମୋହନ ଧଳ ଓ ସାଧାରଣ ସଂପାଦକ କିଶୋର ଜେନା, ଉପସଭାପତି – ପ୍ରଶାନ୍ତ ମହାପାତ୍ର ଓ ଯୁଗ୍ମ ସାଧାରଣ ସଂପାଦକ – ଅକ୍ଷୟ ତ୍ରିପାଠୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ସହିତ ଶକ୍ତିମନ୍ତ୍ରୀ ଓ ଶକ୍ତି ସଚିବଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କରୋନା ସମୟରେ କରୋନା ସଂକ୍ରମିତ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରି ସାରା ରାଜ୍ୟରୁ କରୋନା ସଂକ୍ରମିତ ହୋଇ ପ୍ରାୟ ୨୫ ଜଣ କର୍ମଚାରୀ ପ୍ରାଣ ହରାଇଲେଣୀ । ତେଣୁ ଅନ୍ୟମାନଙ୍କ ଭଳି ରାଜ୍ୟରେ କାର୍ଯ୍ୟରତ ସମସ୍ତ ବିଦ୍ୟୁତ କର୍ମଚାରୀ ଓ ବିଦ୍ୟୁତ ଠିକା ଶ୍ରମିକ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ମଧ୍ୟ ଦାବି କରାଯାଇଛି ବୋଲି ଉପସଭାପତି ମଦନ ମୋହନ ଧଳ ପ୍ରକାଶ କରିଛନ୍ତି ।