ଭୁୁବନେଶ୍ୱର, ରାଜ୍ୟ ସରକାର ଜନସାଧାରଣଙ୍କୁ ଅଯଥା ଗୁଜବରେ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହା ଯାଇଛି ଯେ – ଅଯଥା ଗୁଜବରେ ବିଶ୍ୱାସ କରି ଭୟଭୀତ ହୁଅନ୍ତୁ ନାହିଁ । ବାତ୍ୟା ପୂର୍ବରୁ ନିରାପଦ ସ୍ଥାନରେ ଆଶ୍ରୟ ନିଅନ୍ତୁ । ବାତ୍ୟା ସମୟରେ ବାହାରକୁ ବାହାରନ୍ତୁ ନାହିଁ । ଘରେ ପାନୀୟ ଜଳ, ଖାଦ୍ୟ ସାମଗ୍ରୀ ଏବଂ ବ୍ୟବହାର କରୁଥିବା ଔଷଧ ଗଚ୍ଛିତ ରଖନ୍ତୁ । ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି, ସମସ୍ତେ ସହଯୋଗ କରନ୍ତୁ ।