ଭୁବନେଶ୍ୱର : ନିକଟରେ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ପାଇଁ ଭୋଟ ଗଣତି ମେ ୨ ତାରିଖ ଦିନ ସକାଳ ୭ଟାରେ ଆରମ୍ଭ ହୋଇଥିଲା । ମଧ୍ୟାହ୍ନ ବେଳକୁ ମମତା ବାନାର୍ଜି ବିପୁଳ ଜନସମର୍ଥନରେ କ୍ଷମତାକୁ ପ୍ରତ୍ୟାବର୍ତନ କରିବାର ସ୍ପଷ୍ଟ ସଂକେତ ମିଳି ସାରିଥିଲା । ଆଶ୍ଚର୍ଯ୍ୟ ଜନକ ଭାବେ ତୃଣମୂଳ କଂଗ୍ରେସର ଏହି ବିଜୟ ଉଲ୍ଲାସ ସେହି ଦିନ ଅପରାହ୍ନରୁ ବିଜେପି ପ୍ରାର୍ଥୀ, ସମର୍ଥକ ମତଦାତାମାନଙ୍କ ବିରୁଦ୍ଧରେ ମୃତ୍ୟୁର ତାଣ୍ଡବ ଖେଳ ଆରମ୍ଭ କରିଦେଇଥିଲା । ଏପରିକି ସେହିଦିନ ସୁଭେନ୍ଦୁ ଅଧିକାରୀଙ୍କ ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିବାର ପ୍ରୟାସ ମଧ୍ୟ ହୋଇଥିଲା । ସେ ବଂଚି ଯାଇଥିଲେ ମଧ୍ୟ ତାଙ୍କ ଡ୍ରାଇଭର ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହି ୨ ତାରିଖ ଠାରୁ ବିଗତ ୨୨ ଦିନ ଧରି ତାଲା ବନ୍ଦ ସତ୍ୱେ ମଧ୍ୟ ଅତ୍ୟାଚାର, ନରସଂହାର, ଲୁଟପାଟ, ଗୃହଦାହ, ମହିଳାମାନଙ୍କ ଉପରେ ଗଣବଳତ୍କାର ଏବଂ ଗଣସଂହାରର ବିଭତ୍ସ ଲୀଳା ଆଜି ପର୍ଯ୍ୟନ୍ତ ମଧ୍ୟ ନିରବଛିନ୍ନ ଭାବେ ପଶ୍ଚିମବଙ୍ଗରେ ଚାଲି ଆସୁଛି ବୋଲି ଏହି ସବୁ ତଥ୍ୟକୁ ସ୍ପଷ୍ଟ ଭାବେ ଆଜି ଏକ ଭଚ୍ୟୁଆଲ ବୈଠକରେ ଯୋଗଦେଇଥିବା ୧୦୦୦ରୁ ଉର୍ଦ୍ଧ୍ୱ ବୁଦ୍ଧିଜୀବୀମାନଙ୍କ ଆଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଦକ୍ଷିଣବଙ୍ଗର ପ୍ରାନ୍ତ ପ୍ରଚାରକ ଶ୍ରୀ ଜଳଧର ମାହାତୋ ପ୍ରକାଶ କରିଥିଲେ ।
ଶ୍ରୀ ମାହାତୋ ଦୀର୍ଘ ବକ୍ତୃତାରେ କହିଛନ୍ତି ତୃଣମୂଳ କଂଗ୍ରେସର ଗୁଣ୍ଡାମାନଙ୍କ ସହିତ ପ୍ରଶାସନ ଓ ପୋଲିସ କତୃପକ୍ଷ ମଧ୍ୟ ସାମିଲ ହୋଇଛନ୍ତି ବୋଲି ଦେଖିବାକୁ ମିଳୁଛି । ହିନ୍ଦୁମାନଙ୍କ ଉପରେ ତୃଣମୂଳ କଂଗ୍ରସର କାର୍ଯ୍ୟକର୍ତାମାନେ ଆକ୍ରମଣ କଲାବେଳେ ତୃଣମୂଳ କଂଗ୍ରେସର ନିର୍ବାଚିତ ପ୍ରତିନିଧି, ପରାଜିତ ହୋଇଥିବା ପ୍ରତିନିଧି ଏବଂ ସେସବୁ ନିର୍ବାଚନ ମଣ୍ଡଳିରେ ସ୍ଥାୟୀ ଭାବେ ବସବାସ କରୁଥିବା ମୁସଲିମଗୁଣ୍ଡାମାନେ ଏହାର ନେତୃତ ନେଉଥିଲେ । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ସମାନ ଉପାୟରେ କରାଯାଉଛି । ଯେଉଁଥିରୁ ଏହା ଏକ ସୁଚିନ୍ତିତ ସରକାରୀ କଳ ଦ୍ୱାରା ପ୍ରାୟୋଜିତ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତାମାନଙ୍କର ବିଜେପିକୁ ସଂପୂଣ୍ଣ ରୂପେ ବଙ୍ଗଳାରୁ ପ୍ରତାଡିତ କରିବା ପାଇଁ ଏକ ସାମୂହିକ ଉଦ୍ୟମ ବୋଲି କୁହାଯାଇ ପାରିବ । ମମତା ସରକାର ଉଭୟ ଛାପା ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମକୁ ଏଭଳି ଭାବେ ନିୟନ୍ତ୍ରିତ କରି ପାରିଛନ୍ତି ଯେ, ନିରପେକ୍ଷ ସାମ୍ବାଦିକମାନେ ମଧ୍ୟ ଗତ ୨୨ ଦିନ ଧରି ନିରବଚ୍ଛିନ୍ନ ଭାବେ ଚାଲି ଆସୁଥିବା ଏଭଳି ଅତ୍ୟାଚାରକୁ ଲୋକ ଲୋକଚନକୁ ଆଣିବାକୁ ସାହସ କରି ପାରୁନାହାଁନ୍ତି । ଏ ଦିଗରେ ପୀଡିତମାନେ ପୋଲିସର ସହାୟତା ନେବା ପାଇଁ ଏଫ୍ଆଇଆର ଦେଲେ ମଧ୍ୟ ତାଙ୍କ ଅଭିଯୋଗକୁ ଗ୍ରହଣ କରାଯାଉ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ବିଜେପି ପରାଜୟକୁ ଗ୍ରହଣ ନକରି ତୃଣମୂଳ ଉପରେ ଆକ୍ରମଣ କରୁଛି ବୋଲି ମିଥ୍ୟା ସମ୍ବାଦ ପ୍ରକାଶିତ ହେଉଛି । ଏହି ସଂଘବଦ୍ଧ ଆକ୍ରମଣ ଭିତରେ ନରହତ୍ୟା, ଗଣଧର୍ଷଣ, ଗୃହଦାହ, ସଂପତି ଲୁଟପାଟ, ଏପରିକି ଛୋଟ ଛୋଟ ଦୋକାନମାନଙ୍କର ସର୍ବସ୍ୱ ଲୁଣ୍ଠନ କରି ନେଇ ତାଙ୍କୁ ଭିକାରୀ ସଜାଇ ଦିଆଯାଉଛି । ଏହି ଘଟଣାରେ ୫୦୦୦ରୁ ଉର୍ଦ୍ଧ୍ୱ ଗ୍ରାମ ଓ ୧୦୦୦୦୦ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ଆକ୍ରମଣରେ ତୃଣମୂଳ ପକ୍ଷରୁ ବିଜେପି ଛାଡି ତୃଣମୂଳ ସହିତ ମିଶିଗଲେ ସେମାନଙ୍କ ଉପରେ ଆଉ ଆକ୍ରମଣ କରାଯିବ ନାହିଁ ବୋଲି ତାଗିଦ୍ କରାଯିବା ସହିତ ବିଜେପି କାର୍ଯ୍ୟକର୍ତାମାନଙ୍କୁ ତୃଣମୂଳରେ ସାମିଲ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି ।
ଏହିପରି ତଥ୍ୟ ରଖି ସେ ଆହୁରି କହିଛନ୍ତି ଯେ, ଏହି ନିର୍ବାଚନରେ ମମତା ବାନାର୍ଜି ମୁସଲିମ ଭୋଟରମାନଙ୍କୁ ତିନି ତଲାଗ, ସିଏଏ ଏବଂ ଏନ୍ଆରସି କୁ ନେଇ ବିଜେପି ସେମାନଙ୍କୁ ଭାରତ ବର୍ଷରୁ ତଡିବାକୁ ଚାହୁଁଛି ଏବଂ ସମସ୍ତେ ଏକଜୁଟ ହୋଇ ତୃଣମୂଳ କଂଗ୍ରେସକୁ ସମର୍ଥନ କଲେ ମୁଁ ଏହା କରାଇ ଦେବି ନାହିଁ ବୋଲି ମୁସଲମାନମାନଙ୍କୁ ସେ ଯେଉଁ ଆହ୍ୱାନ ଦେଇଥିଲେ ତାହା ଠିକ୍ କାମ ଦେଇଛି ଏବଂ ମୁସଲିମ ଭୋଟ୍ ର ଧ୍ରୃବିକରଣ ହୋଇ ଏହା ମମତାଙ୍କ ସପକ୍ଷରେ ଯାଇଛି । ଅନେକ କ୍ଷେତ୍ରରେ ବିିଜେପି ପରାଜୟର ପାର୍ଥକ୍ୟ ୫୦୦ ରୁ ୨୦୦୦ ମଧ୍ୟ ରହିଛି ଏବଂ ଏହି ସବୁ ବିଧାନସଭା କ୍ଷେତ୍ରରେ ବିଜେପି ଯେତେ ଭୋଟ ପାର୍ଥକ୍ୟରେ ପରାଜିତ ହୋଇଛି ତାହା ଠାରୁ ଅଧିକ ଭୋଟ ନୋଟାର ପଡିଛି । ମମତା ବାନାର୍ଜି ଦ୍ୱାରା ମିଥ୍ୟା ତଥ୍ୟ ଦିଆଯାଇ ବିଜେପିର ପରାଜୟ ପଛରେ କିପିରି ମୁସଲିମ ଭୋଟର ଧ୍ରୃବି କରଣ ସହିତ ନିରପେକ୍ଷ ଭୋଟରମାନଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରାଯାଇଥିଲା ତାର ପ୍ରମାଣ ମିଳିଛି । ତେଣୁ ବର୍ତମାନ ପଶ୍ଚିମବଙ୍ଗର ସମସ୍ତ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତା, ସଂଘର ସ୍ୱୟଂସେବକଗଣ, ହିନ୍ଦୁ ଧର୍ମ ପ୍ରତି ଯେଉଁ ଆକ୍ରମଣ କରାଯାଉଛି ସେଥିପ୍ରତି ସଚେତନ ହେବା ଉଚିତ । ଭାରତ ବିଭାଜନ ବେଳେ ପାକିସ୍ତାନର ସମର୍ଥକମାନେ ଯେଉଁ ପ୍ରକାର ନୀତି ଆପଣେଇ ଥିଲେ ପଶ୍ଚିମବଙ୍ଗର ଶାସନରେ ଥିବା ତୃଣମୂଳ କଂଗ୍ରେସ ବର୍ତମାନ ସେହି ନୀତି ଆପଣେଇ ସଂଗଠିତ ଭାବେ କେନ୍ଦ୍ର ସରକାରଙ୍କ ବିରୋଧରେ ତଥା ହିନ୍ଦୁମାନଙ୍କ ବିରୋଧରେ ଏକ ବ୍ୟାପକ ଷଡଯନ୍ତ୍ର ଆରମ୍ଭ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କ ଭୂମିକାକୁ ଶ୍ରୀ ମାହାତୋ ପ୍ରଶଂସା କରିଛନ୍ତି । ଏଥିସହିତ ହିନ୍ଦୁମାନଙ୍କ ଉପରେ ବିଶେଷ ଭାବେ ଆକ୍ରମଣ ହୋଇଥିବା କେତୋଟି ନିର୍ବାଚନ ମଣ୍ଡଳି ଗସ୍ତ କରି ରାଜ୍ୟପାଳ ସେଠାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଏବଂ କେନ୍ଦ୍ର ସରକାରଙ୍କୁ ଏ ସଂପର୍କରେ ରିପୋର୍ଟ ପ୍ରଦାନ କରିଛନ୍ତି । ତେଣୁ ଆଜି ତୃଣମୂଳ କଂଗ୍ରେସର ଏଭଳି ସୁଚିନ୍ତିତ ହିନ୍ଦୁ ବିରୋଧୀ ତଥା ଦେଶ ବିରୋଧୀ ଆକ୍ରମଣର ଯଥାର୍ଥ ପ୍ରତିକାର ପାଇଁ କେନ୍ଦ୍ର ସରକାର ମଧ୍ୟ ଧ୍ୟାନ ଦେବା ଉଚିତ ।
ତାଙ୍କର ଦୀର୍ଘ ବକ୍ତୃତା ପରେ ପ୍ରଶ୍ନତୋର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲେ । କେତେକ ପ୍ରଶ୍ନକର୍ତା ନିର୍ଦ୍ଦିଷ୍ଟ ପ୍ରଶ୍ନ ଉଲ୍ଲେଖ କରି ବଙ୍ଗଳାର ବାସ୍ତବ ଚିତ୍ର କଣ ଏବଂ ତାର ପ୍ରତିକାର କରାନଗଲେ ଏହାର ସାମ୍ଭବ୍ୟ ପରିଣତି କଣ ହେବ ବୋଲି ଜାଣିବାକୁ ଚାହିଁଥିଲେ । ସେମାନଙ୍କୁ ସନ୍ତୋଷ ଜନକ ଉତର ଦେବା ସହିତ ପଶ୍ଚିମବଙ୍ଗରେ ଆଜି ଯାହା ଘଟୁଛି ଯଦି ତାକୁ ଆରମ୍ଭରୁ ରୋକା ନଯାଏ ଏହା ବିଭିନ୍ନ ରାଜ୍ୟକୁ ବ୍ୟାପିବ ଏବଂ ଭାରତବର୍ଷକୁ ପୁଣି ଆଉ ଏକ ବିଭାଜନ ଆଡକୁ ଟାଣିନେବ,ଏଥିରେ ସନ୍ଦେହ ନାହିଁ ବୋଲି ସେ ଦୃଢକ୍ତି ପ୍ରକାଶ କରିଥିଲେ । ତେଣୁ ସମସ୍ତେ ଏକାଠି ହୋଇ ଧର୍ମ, ସଂସ୍କୃତି ଓ ଭାରତର ରାଷ୍ଟ୍ରୀୟତାର ସୁରକ୍ଷା ପାଇଁ କାର୍ଯକରିବାକୁ ସଂକଳ୍ପ ବଦ୍ଧ ହୁଅନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବର ସଂପର୍କ ପ୍ରମୁଖ ବରିଷ୍ଟ ଆଇନଜୀବୀ ଶ୍ରୀ ସର୍ବେଶ୍ୱର ବେହେରା ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।