

କୋରେଇ – ବୈତରଣୀ ନଦୀରେ ବନ୍ୟା ଜଳ ଦ୍ୱିତୀୟ ଥର ପାଇଁ ପ୍ରବେଶ କରିଛି । ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ବର୍ତମାନ ବିପଦ ସଂକେତ ଉପରେ ୧୭.୮୫ରେ ପ୍ରଭାବିତ ହେଉଛି । ୧୦ଟା ବେଳେ ୧୭.୭ ଥିବା ବେଳେ ମଧ୍ୟାହ୍ନରେ ୧୭.୪୭, ୪ଟା ବେଳେ ୧୭.୮୫ ରେ ବନ୍ୟାଜଳ ଆନିକଟ ଦେଇ ପାସ୍ କରୁଥିବା ବେଳେ ଏହା ବୃଦ୍ଧି ହୋଇ ୧୮.୨୦ ମିଟର ହେବାର ଅନୁମାନ କରାଯାଉଛି । ଯାହା ଫଳରେ ଏକ ଛୋଟ ବନ୍ୟା ହେବା ନିଶ୍ଚିନ୍ତ ହୋଇଛି । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁ ଠାକୁର ମୁଣ୍ଡାରେ ୨୪.୮ ମି.ମି., ଚମ୍ପୁଆରେ ୨୫.୮, ସୋମପାଟଣାରେ ୨୮.୬, କେଉଁଝରରେ ୨୫.୦, ଆନନ୍ଦପୁରରେ ୨୫୫.୧୨, ଆଖୁଆପଦାରେ ୩୫.୬ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ଆନନ୍ଦପୁରରେ ରେକର୍ଡ ସଂଖ୍ୟକ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ନଦୀରେ ବନ୍ୟା ଜଳ କୂଳ ଲଙ୍ଘିବାରୁ ନଦୀକୂଳିଆ ଲୋକେ ସମ୍ପ୍ରତି ଆତଙ୍କିତ ଅବସ୍ଥାରେ ଅଛନ୍ତି ।