କେନ୍ଦ୍ରାପଡ଼ା, ଗତ କିଛି ମାସ ହେଲା ବିପଦ ଉପରେ ବିପଦ ମାଡି ଚାଲିଛି । କରୋନା ମହାମାରୀ ରେ ଲୋକଙ୍କର ଆର୍ଥିକ ଅଣ୍ଟା ଭାଙ୍ଗି ପଡିଥିବା ବେଳେ ବ୍ୟବସାୟୀ ଠାରୁ ଆରମ୍ଭ କରି ଶ୍ରମିକ ମାନେ ହାତବାନ୍ଧି ବସିଛନ୍ତି । ତା ସାଙ୍ଗକୁ ୨୪ ତାରିଖରୁ ଆରମ୍ଭ ହୋଇଥିବା ବାତ୍ୟା ୟସ ର ପ୍ରକୋପରେ ସୋମବାର ଦିନ ୧ଟା ବେଳୁ ଆରମ୍ଭ ହୋଇଯାଇଛି ଲଗାଣ ବର୍ଷା ଏବଂ ତା ସହ ପବନର ବେଗ ମଧ୍ୟ ବଢିବାକୁ ଲାଗିଛି । ଜିଲ୍ଲାରେ ପବନର ବେଗ ଅଧିକ ହେବାରୁ ରାସ୍ତାଘାଟ ଜନଶୂନ୍ୟ ହୋଇ ପଡିଛି । ପବନର ବେଗ ବଢୁ ଥିବାରୁ ସହରର ତଳିଆ ଅଂଚଳରେ କୁଡିଆ ଘରେ ରହୁଥିବା ଲୋକମାନେ ଆତରଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ଏହି ବସ୍ତି ବାସିନ୍ଦା ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ କରାଯାଉଛି ।