କେନ୍ଦ୍ରାପଡ଼ା, ରାଜ୍ୟ ସରକାର ମଦ ବ୍ୟବସାୟୀଙ୍କ ଠାରୁ ଫି ଛାଡ ର ନିଷ୍ପତି ପ୍ରତିବାଦ ରେ ରାଜ୍ୟ କଂଗ୍ରେସ କମିଟିର ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ପ୍ରଦାନ କରାଯାଇଛି । ମଦ ବ୍ୟବସାୟୀଙ୍କ ଉପରେ ଲାଇସେନ୍ସ ଫି ଛାଡ କରିବା ପ୍ରତିବାଦ ରେ ଯୁବ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳ ସଭାପତି ସତ୍ୟପ୍ରିୟ ସାମଲଙ୍କ ନେତୃତ୍ୱରେ ଜିଲ୍ଲା କାର୍ଯ୍ୟାଳୟ ଆଗରେ ୧ ଘଣ୍ଟା ଧାରଣା ଦେବା ସହ ମଦ ବ୍ୟବସାୟୀଙ୍କ ଠାରୁ ଫି ଛାଡ ପ୍ରତ୍ୟାହାର କରିବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ରାଜ ମୋହନ ସ୍ୱାଇଁ, ରାଜେଶ ଦାସ, ଚାନ୍ଦ ମିର୍ଜା, ରତୀକାନ୍ତ ସାମଲ, ସେକ ପରୱେଜ, ପ୍ରଦିପ ବିଶ୍ୱାଳ, ସେକ ଅମୀର, ସନ୍ତୋଷ ପାଣିଗ୍ରାହୀ, ଅଜୟ ଜେନା, ଚିନ୍ମୟୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।