ନିକଟସ୍ଥ ଯାନ ବାହାନ, ଜେସିବି ଚିହ୍ନଟ କରି ରଖିବେ । ସ୍ଥାନୀୟ ୱାର୍ଡ଼ ମେମ୍ବର, ସରପଂଚ, ଜିଲ୍ଲା ପରିଷଦ ସଭ୍ୟ ମାନଙ୍କୁ ନେଇ ଭିଡ଼ିଓ କନଫରେନ୍ସିଂ ଜରିଆରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଜଣାଇବା ପାଇଁ ବିଡ଼ିଓ ମାନଙ୍କୁ କହିଥିଲେ । ପ୍ରବଳ ବର୍ଷା ଓ ବାତ୍ୟା ହେଲେ ଜିଲ୍ଲାରେ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏଣୁ ସେଥିପ୍ରତି ସଜାଗ ରହିବାକୁ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଉପ ଜିଲ୍ଲାପାଳମାନେ ବ୍ଲକ୍ ଗୁଡ଼ିକରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ କିପରି ପ୍ରସ୍ତୁତି ହୋଇଛି ତାର ତଦାରଖ କରିବେ । ଅସ୍ଥାୟୀ ଆଶ୍ରୟସ୍ଥଳୀ ଗୁଡ଼ିକରେ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯିବ । ଘୋଡ଼ାହାଡ଼, ବାଘଲଟି, ବାଘୁଆ, ଡହ ଆଦି ଜଳ ଭଣ୍ଡାର ଗୁଡ଼ିକର ଜଳ ପତନ ପ୍ରତି ମୁହୂର୍ତରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଜଣାଇବେ । ଚିକିଟି, ରଂଗେଇଲୁଣ୍ଡା, ଛତ୍ରପୁର, ରମ୍ଭା ଓ ଖଲ୍ଲିକୋଟ ଉପକୂଳବର୍ତୀ ବ୍ଲକ୍ ଅଂଚଳର ବିଡ଼ିଓ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ ମାନେ ସଜାଗ ରହି ପରିସ୍ଥିତି ଉପରେ ନଗର ରଖିବେ । ସ୍ଥାନୀୟ ସରପଂଚ, ଅଧିକାରୀ, ବ୍ଳକ୍ ଶିକ୍ଷାଧିକାରୀ ମାନେ ସଜାଗ ରହି ପରିସ୍ଥିତି ଉପରେ ନଜର ରଖିବେ । ସ୍ଥାନୀୟ ସରପଂଚ ୱାର୍ଡ଼ମେମ୍ବର ମାନଙ୍କ ସହ ଅଲୋଚନା କରି କେଉଁଠି କଚାଘର, ପୁରୁଣା କୋଠା, ସମ୍ଭାବ୍ୟ ବନ୍ୟା ପ୍ରଭାବିତ ଅଂଚଳ ସମ୍ପର୍କରେ ସମ୍ପୃକ୍ତ ବିଡ଼ିଓ ମାନେ ସୂଚନା ସଂଗ୍ରହ କରି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବେ । ବିଦ୍ୟାଳୟ ଗୁଡ଼ିକରେ କେତେ କୋଠରୀ ଅଛି, ପ୍ରତି କୋଠରୀରେ କୋଭିଡ଼୍ ନିୟମ ଅନୁପାଳନ କରି କେତେ ଜଣଙ୍କୁ ରଖାଯାଇ ପାରିବ ସେହି ଅନୁସାରେ ଆଶ୍ରୟସ୍ଥଳ ଚିହ୍ନଟ କରିବାକୁ ପରାମର୍ଶ ଦେଇଥିଲେ ।
ଆରଟିପିସିଆର ଟେଷ୍ଟ ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ବିଡ଼ିଓ ମାନଙ୍କୁ କହିଥିଲେ । ବିନାନୁମତିରେ ହେଉଥିବା ବାହାଘର ଗୁଡ଼ିକ ଉପରେ ଚଢ଼ାଉ ଯୋରଦାର କରିବାକୁ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସଂଗରୋଧ ଗୃହରେ ଥିବା କୋଭିଡ଼୍ ରୋଗୀଙ୍କ ସହ ମେଡ଼ିକାଲ୍ ଅଫିସର୍ ଭିଡ଼ିଓ କଲ୍ କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବାକୁ କହିଥିଲେ । ସମସ୍ତ ଲାଇନ୍ ବିଭାଗ ଅଲଗା ଅଲଗା କଂଟ୍ରୋଲ ରୁମ୍ କରି ସୁପରିଚାଳନା କରିବେ । କୌଣସି ଅଧିକାରୀ କିମ୍ବା କର୍ମଚାରୀ ଜିଲ୍ଲାପାଳଙ୍କ ବିନାନୁମତିରେ ନିଜ ସଦର ମହକୁମା ଛାଡ଼ିପାରିବେ ନାହିଁ । ପ୍ରାକୃତିକ ବିପର୍ଯ୍ୟୟ ଆଇନ୍ ଅନୁଯାୟୀ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ନିଜ ନିଜ କର୍ତବ୍ୟ ସମ୍ପାଦନ କରିବା ପାଇଁ ଜିଲ୍ଲାପାଳ କହିଥିଲେ ।
ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡ. ସିଦ୍ଧେଶ୍ୱର ବଳିମରାମ ବନ୍ଦାର, ବ୍ରହ୍ମପୁର ଉପ ଜିଲ୍ଲାପାଳ କୀର୍ତୀ ୱାସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ରୟ ମିଂଜ, ଡୁଡା ପ୍ରକଳ୍ପ ନିର୍ଦ୍ଦୋକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଲୀନା କୁମାରୀ ଖେସ୍, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ଏବଂ ଜିଲ୍ଲାର ସମସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।