ନରେନ୍ଦ୍ର ମୋଦିଙ୍କ ସରକାର କ୍ଷମତାକୁ ଆସିବା ପରଠାରୁ ଶ୍ରମିକ ବିରୋଧି ନୀତି ଆପଣାଇବା ସହ ୪୪ଟି ଶ୍ରମ ଆଇନ୍କୁ ୪ଟି କୋଡ଼୍ରେ ପରିଣତ କରିବା, ଭାରତବର୍ଷ ରାଷ୍ଟ୍ରାୟତ ଉଦ୍ୟୋଗ ମାନଙ୍କର ବିକ୍ରି, ଘରୋଇକରଣ, କୋଇଲା କ୍ଷେତ୍ର, ବିମାନ ବନ୍ଦର ପ୍ରଭୁତିକୁ ଆଦାନୀ ହାତରେ ଟେକିଦେବା ନିତିଦିନିଆ ଘଟଣାରେ ପରିଣତ ହୋଇଛି ।
ସରକାର କୋଭିଡ଼୍ ମହାମାରୀର ମୁକାବିଲା କରିବା ବଦଳରେ କୋଭିଡ଼୍ ସଂକଟରୁ ନିଜର ସ୍ୱାର୍ଥସିଦ୍ଧି ପାଇଁ ବ୍ୟବହାର କରୁଛନ୍ତି । କଳା, କୃଷି ଆଇନ ପ୍ରତ୍ୟାହାର ଯାହାର କୃଷକ ଆନ୍ଦୋଳନ ୬ ମାସରେ ପହଁଚିଥିବାବେଳେ ସରକାର କର୍ଣ୍ଣପାତ କରୁନାହାନ୍ତି । ଏପରି ଅବସ୍ଥାରେ ସମସ୍ତଙ୍କୁ ମାଗଣାରେ ଟିକା, ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବା, ସମସ୍ତ ଅସଂଗଠିତ ଶ୍ରମିକ ମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇଦେବା ସହ ୭୫୦୦ ଟଙ୍କାର ଆର୍ଥିକ ସହାୟତା, କଳା କୃଷି ଆଇନ ପ୍ରତ୍ୟାହାର, ଲେବର କୋଡ଼୍ ପ୍ରତ୍ୟାହାର ଏବଂ ରାଷ୍ଟ୍ରୀୟ ଉଦ୍ୟୋଗରେ ବିକ୍ରି ଓ ଘରୋଇକରଣ ବନ୍ଦ ବିରୁଦ୍ଧରେ ଆସନ୍ତା ତା. ୨୬.୦୫.୨୦୨୧ ଦେଶବ୍ୟାପି କଳାଦିବସକୁ ଓଡ଼ିଶାରେ କଳାବ୍ୟାଚ ପରିଧାନ, ପ୍ରତିବାଦ, ପ୍ଲାକାର୍ଡ଼ ସୋ ମାଧ୍ୟମରେ ପାଳନ କରିବାକୁ ରାଷ୍ଟ୍ରୀୟ ମଜଦୁର କଗ୍ରେସର ଜାତୀୟ ଉପସଭାପତି, ଓଡ଼ିଶା ଶାଖାର ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ, ଏ.ଆଇ.ଟି.ୟୁ.ସିର ରାମକୃଷ୍ଣ ପଣ୍ଡା, ଏଚ.ଏମ୍.ଏସ୍ର ବିରେନ୍ଦ୍ର ଦାସ, ସି.ଆଇ.ଟି.ୟୁର ରମେଶ ଜେନା, ଏ.ଆଇ.ୟୁ.ଟି.ୟୁ.ସିର ପୂର୍ଣ୍ଣ ବେହେରା, ଏ.ଆଇ.ସି.ସି.ଟି.ୟୁର ମହେନ୍ଦ୍ର ପରିଡ଼ା, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଉପସଭାପତି ମଦନମୋହନ ଧଳ, ସାଧାରଣ ସଂପାଦକ – କିଶୋର ଜେନା,ଯୁବ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଭାପତି – ସତ୍ୟବ୍ରତ ନାୟକ, ସଭାନେତ୍ରୀ – ପ୍ରଣତି ମିଶ୍ର ପକ୍ଷରୁ ଆହ୍ୱାନ ଦିଆଯାଇଛି ।