ଭୁବନେଶ୍ୱର, ବାତ୍ୟା ପାଇଁ ୬ଟି ଜିଲ୍ଲାରେ କୋଭିଡ୍ ଟେଷ୍ଟିଂ, ଟୀକାକରଣ ଓ ଡୋର ଟୁ ଡୋର ସର୍ଭେକୁ ସ୍ଥଗିତ ରଖାଯାଇଛି । ବାତ୍ୟା ୟାସ୍ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ ,କେନ୍ଦ୍ରାପଡା, ଜଗତସିଂହପୁର ,ମୟୁରଭଂଜ ଓ କେନ୍ଦୁଝର ରେ ଏହି ସବୁ ସେବା ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ନେଇ ରାଜ୍ୟ ସ୍ୱାସ୍ଥ୍ୟଳ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି । ଏଥିସହ କେନ୍ଦ୍ରାପଡା , ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାରେ ଏହି ସେବା ଗୁଡିକ ବନ୍ଦ ରହିବ କି ନାହିଁ ତାହା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସ୍ଥିତି ଦେଖି ନିଷ୍ପତି ନେବେ ବୋଲି ଶ୍ରୀ ମହାପାତ୍ର ଜଣାଇଛନ୍ତି ।