ବ୍ରହ୍ମପୁର, ଗତ ୨୪ଘଂଟା ମଧ୍ୟରେ ବ୍ରହ୍ମପୁର ପୋଲିସ୍ ବିଭିନ୍ନ ଯାନବାହନ ଚାଳକଙ୍କ ଠାରୁ ୧ଲକ୍ଷ ୨୯ ହଜାର ଟଙ୍କା ଚାଲାଣ ଆଦାୟ କରିଛି । ବ୍ରହ୍ମପୁର ଏସ୍ପିଙ୍କ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ ୨୫୮ଟି ଯାନବାହନରୁ ଚାଲାଣ କଟାଯାଇଛି । ସେହିପରି ନାଇଟ୍ କର୍ଫୁ୍ୟ ଉଲ୍ଲଂଘନ ୦୬ ଟି କେଶ୍ରୁ ୨ହଜାର ୩୦୦, ସଟ୍ଡାଉନ୍ ଉଲ୍ଲଂଘନ ୧୨ଟି କେଶ୍ରୁ ୫ହଜାର ୯୦୦ ଏବଂ ୦୭ଟି ଦୋକାନ ସିଲ୍ କରାଯାଇ ୩୭୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ଦିଆଯାଇଛି । ଅପରପକ୍ଷରେ ମାକ୍ସ ନପିନ୍ଧିବା ଅଭିଯୋଗରେ ୨୫ହଜାର ୬୦୦ଟଙ୍କା ଏବଂ ସାମାଜିକ ଦୂରତା ନରଖିବା ୧୫ ବ୍ୟକ୍ତିଙ୍କ ଠାରୁ ୭ହଜାର ୬୦୦ଟଙ୍କା ଆଦାୟ କରାଯାଇଛି । ଏହାବ୍ୟତୀତ ଗୋଟିଏ ଅବକାରୀ ମାମଲା ରୁଜୁ ସହିତ ଜଣକୁ ଗିରଫ କରାଯାଇଛି ।