ବ୍ରହ୍ମପୁର : ଗତ ୨୦୨୦ ମସିହା ମାର୍ଚ୍ଚ ମାସ ୨୨ ତାରିଖ ଦିନ ସୁଦୂର ଚାଇନା ର ଊହାନ ଠାରେ ଭୂମିଷ୍ଠ ହୋଇଥିଲା ଏକ ଅଭିଶପ୍ତ ମୁହୁର୍ତରେ ! ଇତି ମଧ୍ୟ ରେ କରନା ର ପ୍ରଥମ ସ୍ଵ ନକ୍ଷତ୍ର ଦିବସ ପାଳନ ପରେ ପୁଣି ଦ୍ୱିତୀୟ ଲହର ରେ ପୁଣି ଭାରତ ସମେତ ଓଡିଶା ର ସହର ଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ବ୍ୟାପିବା ସହ ଭୟାବହ ସଂକ୍ରମଣ ସୃଷ୍ଟି କରି ନିଷ୍ପାପ ଶିଶୁ ଠାରୁ ଆରମ୍ଭ କରି ବହୁ ପରିବାର କୁ ଉଚ୍ଛନ କଲାଣି ! ତେବେ ଖଲ୍ଲିକୋଟ ବ୍ଲକ ରେ ଅନେକ ଗାଁ ରେ କରନା ପାଦ ଥାପି ଗତ କରନା ସମୟ ରେ ବହୁ ଲୋକଙ୍କୁ ସଂକ୍ରମିତ କରିବା ସହ ବ୍ଲକ ର ପାଖାପାଖି ୧୩ ଜଣ ଲୋକ ମୃତୁ ବରଣ କରିଥିଲେ ! ତେବେ ଚଳିତ ବର୍ଷ ଖଲ୍ଲିକୋଟ ବ୍ଲକ କରନା ର ସ୍ତିତି ଗମ୍ଭୀର ହେଉଥିବା ବେଳେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି ! ତେବେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଦାନପୁର ପଂଚାୟତ ର ଗୋଟିଏ ଗାଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ! ଏହି ଗ୍ରାମ ର ନାଁ କରଂଜରା ,ଏହି ଗ୍ରାମର ଅଧିକାଂଶ ମଶ୍ଚଷାଯିବି ତେବେ ଅଧିକାଂଶ ସମୟ ଗ୍ରାମ ନିକଟରେ ଥିବା ଖରଖରି ନଦୀ ରେ ପାଣି ନ ରହିବା ଫଳରେ ଏମାନେ ନିଜର କୁଳ ବେଉସା ଛାଡି ବର୍ଷ ତମାମ କୃଷି ଉପରେ ନିର୍ଭର କରି ଚାଲନ୍ତି ! ଗ୍ରାମ ର ଅଧିବାସୀ ମାନେ ଧାନ ,ବିରି ,ମୁଗ ଓ ମରିଚ ଚାଷ କରି ଲାଭବାନ ହେବା ସହ କଠିନ ପରିଶ୍ରମ କରନ୍ତି ! ଗ୍ରାମ ରେ ପ୍ରାୟ ୩୧୪ ପରିବାର ର ପ୍ରାୟ ୭୧୦ ଭୋଟର ଅଛନ୍ତି ! ଏମାନଙ୍କ ମଧ୍ୟରୁ ରାଜ୍ୟ ବାହାରେ ଶ୍ରମଜୀବୀ ଭାବେ କାମ କରନ୍ତି ! ବିଶେଷତ୍ୱ ଏହିକି ଗତ କରନା ଓ ଚଳିତ କରନା ରେ ଗ୍ରାମର ଜଣେ ମଧ୍ୟ ଲୋକ କରନା ରେ ସଂକ୍ରମିତ ହୋଇ ନଥିବା ଦାନପୁର ସରପଂଚ ମନୋଜ କୁମାର ପ୍ରଧାନ ପ୍ରକାଶ କରିବା ସହ ପଂଚାୟତ ଅନ୍ୟ ଗରମ ରେ କିଛି କିଛି ଲୋକ ସଂକ୍ରମିତ ହୋଇଥିବା କହିଥିଲେ ! ଉକ୍ତ ଗ୍ରାମ ର ଲୋକମାନେ ଦୀର୍ଘ ୮ କି ମି ବାଟ ପଂଚାୟତ ଦପ୍ତର କୁ ଚାଲି ଚାଲି ଯାଇ NFS ଚାଉଳ ଅନାନ୍ତି ଗ୍ରାମରେ ପାଇପ ବିଛା ଯାଇଥିଲେ ମଧ୍ୟ ଏବେବି ସେମାନେ ବିଶୁଦ୍ଧ ପାନୀୟ ଜଳ ରୁ ବଂଚିତ ! ସେହିପରି ଗ୍ରାମ ର ୫୫ ଜଣ ବୃଦ୍ଧ ବିଧବା ଭତା ଅପେକ୍ଷା ରେ ଥିବା ବେଳେ ପ୍ରାୟ ୬୫ ପରିବାର ଆବାସ ପାଇବା ପାଇଁ ଚାହିଁ ବସିଛନ୍ତି ! ତେବେ ଏମାନେ କଠିନ ପରିଶ୍ରମ ପ୍ରଚଣ୍ଡ ଆତ୍ମ ବିଶ୍ୱାସ ସେମାନଙ୍କୁ କରନା ସ୍ପର୍ଶ କରିନଥିବା ଜଣାପଡିଛି ! ଖୋଦ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲଙ୍ଗେ ଗ୍ରାମକୁ ଗସ୍ତ କରି ଗ୍ରାମବାସୀ ଙ୍କ ସହ ଆଲୋଚନା କରି ସାବାସି ଦେଇଛନ୍ତି।