ନୂଆଦିଲ୍ଲୀ – ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅନ୍ତର୍ଗତ ଏକ ମହାରତ୍ନ କମ୍ପାନୀ ପାୱାର ଗ୍ରିଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ପାୱାରଗ୍ରିଡ)ପକ୍ଷରୁ ସାରା ଦେଶରେ ଥିବା ଏହାର କାର୍ଯ୍ୟାଳୟର କର୍ମଚାରୀ ଓ ଶ୍ରମିକମାନଙ୍କୁ ଠିକଣା ସମୟରେ ସହାୟତା ଯୋଗାଇ ଦେବା ଲାଗି ସକ୍ରିୟତାପୂର୍ବକ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।
ରାଉରକେଲା ସବଷ୍ଟେସନ ପ୍ରକଳ୍ପ କ୍ୟାମ୍ପସକୁ ୧୦୦% କୋଭିଡ-୧୯ ମୁକ୍ତ ରଖିବା ଲାଗି କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ଅଧିକ ବୃଦ୍ଧିକୁ ପ୍ରତିହତ କରିବା ଦିଗରେ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇଛି । ୧୯ ମେ, ୨୦୨୧ରେ ସବଷ୍ଟେସନର କର୍ମଚାରୀ, ଶ୍ରମିକ ଓ ରାଉରକେଲା ସବଷ୍ଟେସନ ନିକଟବର୍ତର୍ୀ ଅଂଚଳରେ ରହୁଥିବା ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଏକ ରାପିଡ୍ ଆଂଟିଜେନ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଳା ।
ସେହିପରି ଅନୁଗୁଳ ସବଷ୍ଟେସନ ଠାରେ ଏକ ଗଣ ଟିକାକରଣ ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ କର୍ମଚାରୀ, ପରିବାର ସଦସ୍ୟ, ଏଏମସି ଫିଟ୍ଟର, ଡ୍ରାଇଭର ଆଦିଙ୍କ ସମେତ ପ୍ରାୟ ଶତାଧିକ ଲୋକଙ୍କ ଟିକାକରଣ କରାଯାଇଥିଲା । ସେହିପରି ବାରିପଦା, କଣିହାଁ ଓ ବଲାଙ୍ଗିର ସବଷ୍ଟେସନରେ ମଧ୍ୟ ଏପରି ଶିବିର ଆୟୋଜନ କରାଯାଇଥିଲା ।
Related Stories
November 23, 2024