ନୂଆଦିଲ୍ଲୀ – କ୍ରମାଗତ ନବମ ଦିନ ପାଇଁ ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦୈନିକ ଚିହ୍ନଟ ହେଉଥିବା ନୂଆ ମାମଲା ଠାରୁ ଅଧିକ ରହିଛି । ଗତ ୨୪ ଘଂଟା ମଧ୍ୟରେ ୩,୫୭,୬୩୦ ମାମଲା ଚିହ୍ନଟ ହୋଇଛି । ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨,୩୦,୭୦,୩୬୫ରେ ପହଂଚିଛି । ଜାତୀୟ ସୁସ୍ଥତା ହାର ପୁଣି ବୃଦ୍ଧି ପାଇ ୮୭.୬୬%ରେ ପହଂଚିଛି । ନୂଆ ସୁସ୍ଥଙ୍କ ମଧ୍ୟରେ ୭୩.୬୫% ସୁସ୍ଥ ଆସିଛନ୍ତି ଦଶ ରାଜ୍ୟରୁ । ଅନ୍ୟ ଏକ ସକରାତ୍ମକ ଖବରରେ କ୍ରମାଗତ ଷଷ୍ଠ ଦିନ ପାଇଁ ଭାରତରେ ଦୈନିକ ନୂଆ ମାମଲା ୩ ଲକ୍ଷରୁ କମ୍ ରହିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨,୫୭,୨୯୯ ନୂଆ ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ମାମଲା ମଧ୍ୟରୁ ୭୮.୧୨% ମାମଲା ଆସିଛି ଦଶଟି ରାଜ୍ୟରୁ । ତାମିଲନାଡ଼ୁରେ ଗୋଟିଏ ଦିନରେ ସର୍ବାଧିକ ୩୬,୧୮୪ ମାମଲା ଆସିଥିବା ବେଳେ କର୍ଣ୍ଣାଟକରେ ଆସିଛି ୩୨,୨୧୮ ମାମଲା ।
ଅନ୍ୟପକ୍ଷରେ ଭାରତରେ ସକ୍ରିୟ କରୋନା ମାମଲା ଆଜି ୨୯,୨୩,୪୦୦ କୁ ହ୍ରାସ ପାଇଛି । ଗତ ୨୪ ଘଂଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୧,୦୪,୫୨୫ ମାମଲା ହ୍ରାସ ପାଇଛି ।
ଏବେ ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୧.୧୨% ରହିଛି । ଦେଶରେ ଥିବା ମୋଟ ସକ୍ରିୟ ମାମଲାର ୬୯.୯୪% ମାମଲା ଅଛି ୮ଟି ରାଜ୍ୟରେ ।
ଦେଶବ୍ୟାପୀ ଟିକାକରଣର ତୃତୀୟ ପର୍ଯ୍ୟାୟ ଚାଲିଥିବା ବେଳେ ଦେଶରେ ମୋଟ ଟିକାକରଣ ୧୯.୩୩ କୋଟି ଡୋଜ୍କୁ ଅତିକ୍ରମ କରିଛି । ଆଜି ସକାଳ ୭ଟା ସୁଦ୍ଧା ୨୭,୭୬,୯୩୬ ସେସନରେ ମୋଟ ୧୯,୩୩,୭୨,୮୧୯ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୯୭,୩୮,୧୪୮ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୬,୯୧,୩୫୦ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧,୪୮,୭୦,୦୮୧ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୮୩,୦୬,୦୨୦ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧୮-୪୪ ବର୍ଷ ବର୍ଗରେ ୯୨,୯୭,୫୩୨ ଜଣଙ୍କୁ ପ୍ରଥମ ଡୋଜ୍, ୪୫ରୁ ୬୦ ବର୍ଷ ବର୍ଗର ୬,୦୨,୧୧,୯୫୭ ଜଣଙ୍କୁ ପ୍ରଥମ ଡୋଜ୍, ୯୬,୮୪,୨୯୫ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୫,୬୩,୮୩,୭୬୦ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧,୮୧,୮୯,୬୭୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ପ୍ରଦାନ କରା ଯାଇଛି ।
Related Stories
November 23, 2024