ମାଲକାନଗିରି -ମାଲକାନଗିରି ଜିଲାରେ ଆଜି ପୁଣି 114 ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 7402 ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 6445ଜଣ ଆରୋଗ୍ୟ ଲାଭ କଲେଣି!ଜିଲ୍ଲାରେ ଏବେ ସକ୍ରିୟ ମାମଲା 928ଥିବାବେଳେ ମୃତ୍ୟ ସଂଖ୍ୟା 29 ରହିଛି!ଆଜି ଚି଼ହ୍ନଟ ସଂକ୍ରମିତ ମାନଙ୍କ ଭିତରୁ ଗୁରୁତର ଙ୍କୁ କୋଭିଡ ମେଡିକାଲକୁ ନିଆଯାଇଛି!ସାମାନ୍ୟ ଆକ୍ରାନ୍ତ ମାନେ ଗୃହ ସଂଗରୋଧରେ ରହି ଚିକିତ୍ସା ହେଉଛନ୍ତି!ମାଲକାନଗିରି ପୌରାଞ୍ଚଳ ର ବସ ଷ୍ଟାଣ୍ଡ ନିକଟ, ପାତ୍ରଗୁଡା, ମଲ୍ଲିକେଶ୍ୱର କଲୋନୀ, ୧ ୧ ୯ କଲୋନୀ, ଜୟନଗର, ଏମଭି ୨, ତଳସାହି, ମାଲକାନଗିରି ମେନ ରୋଡ, ସାମ୍ବାୟା ଗୁଡା, ଏଜୁକେସନ କଲୋନୀ, ଦୀପ୍ତି କନଭେଣ୍ଟ ସମ୍ମୁଖ, ଆରଟିଓ ଅଫିସ ନିକଟ ଓ
, ଡ଼ି ଏନ କେ ମେନ ରୋଡ ରୁ ୧ ୭ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ସେହିପରି ବାଲିମେଳା ବିଜ୍ଞାପିତ ଅଞ୍ଚଳ ୱାର୍ଡ ନମ୍ବର ୮ ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟାଳୟ ରୁ ଜଣେ !ମାଲକାନଗିରି ବ୍ଲକର ପାଣ୍ଡ୍ରିପାଣି, ସିନ୍ଦ୍ରିମାଳ, ପଦ୍ମଗିରି ,ତମସା, ଚାଲାଣଗୁଡା ପଞ୍ଚାୟତ, ଓ ବ୍ଲକ କାର୍ଯ୍ୟାଳୟ ରୁ ୧ ୫ ଜଣ!କୋରୁକୋଣ୍ଡା ବ୍ଲକରଚିତାପାରୀ -୩, ନୀଳାକାମ୍ବେରୁ, କୋରୁକୋଣ୍ଡା ଓ ପୋଟ୍ରେଲ ପଞ୍ଚାୟତରୁ 4 ଜଣ!ମାଥିଲି ବ୍ଲକର, ମାଥିଲି, ଉଦୁଲିବେଡା,ଚେଡେଙ୍ଗା ନାୟକଗୁଡା, କିୟାଙ୍ଗ, ପାଙ୍ଗାମ, ସାଲିମି , ଓ କୁଟଣି ପାଲି ପଞ୍ଚାୟତରୁ ୨ ୩ ଜଣ!ଖଇରପୁଟ ବ୍ଲକର ଗୋବିନ୍ଦପାଲି, କୁଡୁମୁଲୁଗୁମା, ପରକନମାଳା, କଦମଗୁଡା, ଖଇରପୁଟ, ମୁଦୁଲିପଡ଼ା, ପୋଡାଘାଟ, ଓ ମାଡକାପଦର ପଞ୍ଚାୟତରୁ ୧୮ ଜଣ!କାଲିମେଳା ବ୍ଲକର ,କାଲିମେଳା, ବଦଲି, ମୋଟୁ, କୋଇମେଟଲା ,ତାଣ୍ଡବାଇ, ତେଲେରାଇ ଓ ଲୁଗେଲ ପଞ୍ଚାୟତରୁ ୧ ୬ ଜଣ!ପଡିଆ ବ୍ଲକର ବାପନପାଲି, ପଡିଆ, ଶିମିଳିବାଞ୍ଛା, ଉଣ୍ଡରୁକୋଣ୍ଡା ଓ କାଳଦାପାଲି ପଞ୍ଚାୟତରୁ ୧୮ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକର ସଦର ପଞ୍ଚାୟତ ରୁ ୨ ଜଣ ଚି଼ହ୍ନଟ ହୋଇଛନ୍ତି! ଚି଼ହ୍ନଟ ସମସ୍ତ କ୍ଲିନିକାଲ ରେଫର ପରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା!ଜିଲ୍ଳାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ପାର କରୁଥିବାରୁ ଏହା ଜିଲ୍ଲାପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି!