ନୂଆଦିଲ୍ଲୀ – ଦେଶରେ ଗତ ୨୪ଘଂଟା ମଧ୍ୟରେ ୨,୪୦,୮୪୨ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୩,୭୪୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୫,୩୦,୧୩୨ ପହଂଚିଛି ।
କର୍ଣାଟକରେ ଗତ ୨୪ ଘଂଟାରେ ୩୧,୧୮୩ କରୋନାର ନୂଆ ମାମଲା
କର୍ଣାଟକରେ ଗତ ୨୪ ଘଂଟାରେ ୩୧,୧୮୩ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୪୫୧ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି। ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪,୮୩,୨୦୪ହୋଇଛି।
ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୩୮୪୪ କରୋନାର ନୂଆ ମାମଲା, ୮୯ ମୃତ
ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୩୮୪୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୭୯ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି। ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬୨,୦୫୩ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୭୪୮୩ ଜଣଙ୍କର ମୃତ୍ୟୁ ଘଟିଛି।
ପଶ୍ଚିମ ବଙ୍ଗରେ ଗତ ୨୪ ଘଂଟାରେ ୧୮,୮୬୩ କରୋନାର ନୂଆ ମାମଲା
ପଶ୍ଚିମବଙ୍ଗ ରେ ଗତ ୨୪ ଘଂଟାରେ ୧୮,୮୬୩ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୩୧,୬୮୮ ହୋଇ ଯାଇଛି।
ହରିଆଣାରେ ଗତ ୨୪ ଘଂଟାରେ ୫୦୨୧ କରୋନାର ନୂଆ ମାମଲା
ଚଣ୍ଡିଗଡ , ୨୩ ମଇ (ହି.ସ.) । ହରିଆଣାରେ ଗତ ୨୪ ଘଂଟାରେ ୫୦୨୧ ନୂଆ କରୋନାର ମାମଲା ସାମନାକୁ ଆସିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି। ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪୭,୯୯୩ହୋଇଛି।